ସୁନ୍ଦରୀ ମଡେଲ୍‌ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ର‍୍ୟାମ୍ପ ଓ୍ଵାର୍କ ସମୟରେ ହଠାତ୍‌ ପଶି ଆସିଲା କୁକୁର, ତା’ପରେ କ’ଣ ହେଲା ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ର‍୍ୟାମ୍ପ ଓ୍ଵାର୍କ ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ସମୟରେ ତାଙ୍କ ର‍୍ୟାମ୍ପ ସୋ’ ଚାଲିଥିଲା ହଠାତ୍‌ ଏକ କୁକୁର ପଶି ଆସିଥିଲା। ଏହି ଘଟଣା ପାଇଁ ବଲିଉଡ ଅଭିନେତା ର‍୍ୟାମ୍ପ ଓ୍ଵାର୍କ କିଛି ସମୟ ପାଇଁ ଅଟକାଇ ଦିଆଯାଇଥିଲା। କୁକୁରକୁ ସେଠାରୁ ହଟାଇବା ପାଇଁ ଉଦ୍ୟମ କରାଯାଇଥିଲା। ଏହି ଘଟଣା ପାଇଁ ସୋ’ରେ କିଛି ଅସୁବିଧା ହୋଇଥିଲା କିନ୍ତୁ ଭିଡିଓ ଟି ଏବେ ଭାଇରାଲ ହୋଇଯାଇଛି।

ସୂଚନାଯୋଗ୍ୟ, ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାସନ୍‌ ଟୁର ୨୦୧୮ରେ ରୋହିତ ବଲଙ୍କ ସୋ’ରେ ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଡାଏନା ପେଣ୍ଟି ର‍୍ୟାମ୍ପ ଓ୍ଵାର୍କ କରୁଥିଲେ। ଦର୍ଶକ ବି ଏହି ର‍୍ୟାମ୍ପ ସୋ’ର ଆନନ୍ଦ ନେଉଥିଲେ। ଏହି ସମୟରେ ଏକ କୁକୁର ର‍୍ୟାମ୍ପ ସୋ’ ଭିତରକୁ ପଶି ଆସିଥିଲା। ଆକସ୍ମିକ ଭାବେ ର‍୍ୟାମ୍ପରେ କୁକୁରକୁ ଦେଖି ସୋ’ରେ ହଙ୍ଗାମା ହୋଇଯାଇଥିଲା। କୁକୁରକୁ ବାହାରକୁ ବାହର କରିବାକୁ ଉଦ୍ୟମ କରାଯାଉଥିବା ସମୟରେ ସେ ପୂରା ଷ୍ଟେଜ୍‌ରେ ବୁଲିବାକୁ ଲାଗିଥିଲା। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।

 

ସମ୍ବନ୍ଧିତ ଖବର