ରାଧୋ ମା’ଙ୍କ ନାମରେ # ମି ଠୁ ଅଭିଯୋଗ ଆଣିଲେ ଏହି ଟେଲି ଓ ସିନେ ଅଭିନେତ୍ରୀ

ମୁମ୍ବାଇ:  # ମି ଠୁ ଅଭିଯାନର ଚେର ଏବେ ଚାରିଆଡେ ଖେଳି ଯାଇଛି। ପ୍ରଥମେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ନାନା ପାଟକରଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ # ମି ଠୁ ଅଭିଯାନ ସକ୍ରିୟ ହୋଇ ଉଠିଛି। ଏହା ଜରିଆରେ ଅନେକ ଅଭିନେତ୍ରୀ ନିଜ ସହିତ ଘଟିଥିବା ଘଟଣାକୁ ଖୋଲା ଖୋଲି ଭାବେ ଆଲୋଚନା କରି ପାରୁଛନ୍ତି। ନିକଟରେ ଓଲିଉଡ୍‌ ଅଭିନେତ୍ରୀ ଏଲି ପାଢ଼ି ପ୍ରଯୋଜକଙ୍କ ନାମରେ # ମି ଠୁ ଅଭିଯୋଗ ଆଣିଥିବା ଖବର ଶୁଣିବାକୁ ମିଳିଥିଲା।

ନିକଟରେ ଟେଲି ଓ ସିନେ ଅଭିନେତ୍ରୀ ଡଲି ବିନ୍ଦ୍ରା ମଧ୍ୟ ଟ୍ଵିଟ ମାଧ୍ୟମରେ ନିଜ ସହ ଘଟିଥିବା ଘଟଣାକୁ ଫ୍ୟାନ୍‌ସଙ୍କ ସହ ସେୟାର କରିଛନ୍ତି । ସେ ଲେଖିଛନ୍ତି କି ତିନି ବର୍ଷ ପୂର୍ବେ ରାଧେ ମାଆ ଏବଂ ତାଙ୍କ ଭକ୍ତ ଉପରେ ନିଜ ସ୍ୱର ଉଠାଇଥିଲେ  କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ କିଛି ନ୍ୟାୟ ମିଳିନାହିଁ । ଏହି ମାମଲାରେ ସେ ସିଏମ ଏବଂ ପିଏମଙ୍କୁ ମଧ୍ୟ ଚିଠି ଲେଖିଥିଲେ । ଏଯାବତ ତାଙ୍କ ଅଭିଯୋଗର ଶୁଣାଣି ହୋଇପାରିନାହିଁ ଏବଂ ଦୋଷୀ ଆରାମରେ ଧର୍ମ ନାମରେ ପୁଲିସଙ୍କ ସରକ୍ଷଣରେ ବେଆଇନ କାମ କରିଚାଲିଛି ।

୨୦୧୫ରେ ଡଲି ଅଭିଯୋଗ ଲଗାଇଥିଲେ କି ରାଧେ ମାଆ ତାଙ୍କୁ କୌଣସି ଏକ ଅଜଣା ବ୍ୟକ୍ତି ସହ ଶାରିରୀକ ସମ୍ପର୍କ ରଖିବାକୁ କହିଥିଲେ । ଡଲି ଏହାସହ ଆହୁରି ଲେଖିଛନ୍ତି କି ତାଙ୍କୁ ବର୍ତ୍ତମାନ ଏହି ପ୍ରଶ୍ନ କରାଯାଇଛି କି ସେ ସେହି ସମୟରେ କଣ ପାଇଁ କହି ନଥିଲେ, ବର୍ତ୍ତମାନ କାହିଁ ସ୍ୱର ଉଠାଇଛନ୍ତି । ଲୋକ ଏହା ବୁଝିବାକୁ ଅସଫଳ ହୋଇଛନ୍ତି କି କେମିତି ଯୌନ ନିର୍ଯାତନା ଶିକାର ହୋଇଥିବା ମହିଳା ଏହି ସମୟରେ ଡିପ୍ରେସନର ଶିକାର ହୋଇଥାଆନ୍ତି  ଏବଂ ଚୁପ ରହିବାକୁ ବାଧ୍ୟ ହୋଇ ଥାଆନ୍ତି।

 

 

 

 

 

 

 

 

 

 

ସମ୍ବନ୍ଧିତ ଖବର