ଭୁବନେଶ୍ୱର: ଓଲିଉଡରେ ଏମିତି ଜଣେ ନାୟକ ଅଛନ୍ତି ଯିଏ କେତେକ ସିନେମାରେ ସହରର ଡନ୍ ଭୂମିକା ବି ପରଦାରେ ନିଭାଇଛନ୍ତି। ଏହି ନାୟକ ଜଣକ ହେଲେ ଅନୁଭବ ମହାନ୍ତି । ଓଡ଼ିଆ ଭାଷାରେ ଥରେ ଫିଲ୍ମ ‘ଡନ୍’ ନାଆଁରେ ଏକ ସିନେମା ତିଆରି ହୋଇଥିଲା। ୨୦୧୦ରେ ରିଲିଜ୍ ହୋଇଥିବା ‘ଡନ୍’ଫିଲ୍ମରେ ଅନୁଭବ ମହାନ୍ତି ନାୟକ ଭୂମିକାରେ ନଜର ଆସିଥିଲେ। ସେ ଏଥିରେ ଟାଇଟଲ ରୋଲରେ ନଜର ଆସିଥିଲେ।
/sambad/media/post_attachments/wp-content/uploads/2019/01/don-odia.jpg)
ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ତଥା ବିନୟ କୁମାର ନାୟକଙ୍କ ପ୍ରଯୋଜିତ ଓଡିଆ ‘ଡନ୍’କୁ କିନ୍ତୁ ଆଶାନୁରୂପ ସଫଳତା ମିଳି ନଥିଲା। ଏଥିରେ ଲଭଲି,ଦେବୁ ବୋଷ ,ସିଦ୍ଧାନ୍ତ, ବବି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ।
ଓନିଆ ଭାଷାରେ ତିଆରି ହେବା ଆଗରୁ ‘ଡନ୍’ ଟାଇଟଲରେ ହିନ୍ଦୀ ଭାଷାରେ ଏକାଧିକବାର ସିନେମା ତିଆରି ହୋଇଛି। ହିନ୍ଦୀରେ ଥରେ ଅମିତାଭ ବଚ୍ଚନ ଓ ଆଉଥରେ ଶାହାରୁଖ୍ ଖାନ୍ଙ୍କୁ ନେଇ ନିର୍ମିତ ‘ଡନ୍’ହୋଇଥିଲା। ଏ ଦୁଇଟି ଯାକ ଫିଲ୍ମ ସୁପରହିଟ୍ ବି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/don-youtube.jpg)