ଏହି ବଲିଉଡ୍‌ ସିନେମାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ମୁମ୍ବାଇ: ପରଦାକୁ ଆସିଛି ବହୁପ୍ରତୀକ୍ଷିତ ସିନେମା ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ । ୨୦୧୭ରେ ରିଲିଜ ‘ଶୁଭମଙ୍ଗଲ ସାବଧାନ’ର ସିକ୍ୱେଲ ଭାବେ ନିର୍ମାଣ ହୋଇଛି ଏହି ସିନେମା । ମୁଖ୍ୟ ଭୂମିକାରେ ରହିଛି ଭର୍ସାଟାଇଲ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୟ । ତେବେ ଖାସ୍ କଥା ହେଉଛି ବଲିଉଡ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’କୁ ଆମେରିକା ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ଏହି ରୋମାଂଟିକ କମେଡି ଫିଲ୍ମ ଗତକାଲି ରିଲିଜ ହେବା ପରେ ଦର୍ଶକ ସିନେମାକୁ ଖୁବ୍ ପସନ୍ଦ କରୁଛନ୍ତି ।

ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଫିଲ୍ମଟିର ବିଷୟ। ଦେଶରେ ସମଲିଙ୍ଗୀ ସଂପର୍କକୁ ଆଇନସିଦ୍ଧ କରାଯିବା ପରେ ଏଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଆୟୁଷ୍ମାନ ଖୁରାନା ଓ ଜିତେନ୍ଦ୍ର କୁମାରଙ୍କ ଅଭିନୀତ ଫିଲ୍ମ । ପ୍ରଥମେ ଏହି ଫିଲ୍ମର ଥିମକୁ ପ୍ରଶଂସା କରି ଟ୍ୱିଟ କରିଥିଲେ ଜଣେ ବ୍ରିଟିଶ ସମାଜସେବୀ । ଯାହାକୁ ରି-ଟ୍ୱିଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଭାରତରେ ସମଲିଙ୍ଗୀ ସଂପର୍କକୁ ଆଇନସିଦ୍ଧ କରାଯାଇଛି । ଏହାପରେ ସମଲିଙ୍ଗୀ ସଂପର୍କକୁ ନେଇ ତିଆରି ହୋଇଥିଲା ବଲିଉଡ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ । ଏହିି ସିନେମା ଲୋକଙ୍କ ଭିତରେ ଅଧିକ ସଚେତନତା ସୃଷ୍ଟି କରିବ ବୋଲି ଏହି ଟ୍ୱିଟର ପୋଷ୍ଟରେ କୁହାଯାଇଛି । ଏହାକୁ ରି-ଟ୍ୱିଟ କରି ଟ୍ରମ୍ପ ଲେଖିଛନ୍ତି ଗ୍ରେଟ୍ ଅର୍ଥାତ ଅତି ଉତ୍ତମ ବୋଲି ତାଙ୍କ ମତାମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର