ପ୍ରିୟଙ୍କାଙ୍କ ବିବାହ କଥା ପଚରା ଯିବା ପରେ ଜାଣନ୍ତୁ କାହିଁକି ‘ମୋ ମେହେନ୍ଦିକୁ ନିଶ୍ଚୟ ଆସିବ’ ବୋଲି କହିଲେ ଶାହାରୁଖ୍‌

ମୁମ୍ବାଇ : ଏଇ କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ଜଣଙ୍କର ଲଣ୍ଡନରେ ନିର୍ବନ୍ଧ ହୋଇ ସାରିଥିବା ବେଳେ ବର୍ଷ ଶେଷରେ ଦୁହେଁ ବିବାହ କରି ପାରନ୍ତି ବୋଲି ଖବର ମିଳିଛି । ତେବେ ଏ ନେଇ ପ୍ରିୟଙ୍କା କିଛି ସ୍ପଷ୍ଟ କରି ନଥିବା ବେଳେ ପ୍ରିୟଙ୍କାଙ୍କ ବିବାହକୁ ନେଇ ଶାହାରୁଖ୍‌ଙ୍କ ପ୍ରତିକ୍ରିିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଆଓ୍ଵାର୍ଡ଼ ସୋ’ରେ ପ୍ରିୟଙ୍କାଙ୍କ ବିବାହକୁ ନେଇ ଶାହାରୁଖ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା । କିନ୍ତୁ ସାମ୍ବାଦିକଙ୍କ ପ୍ରଶ୍ନ ସରିବା ପୂର୍ବରୁ ମଜାଦାର ଉତ୍ତର ରଖିଥିଲେ ଶାହାରୁଖ୍‌ ।

BollywoodShaadis.com

ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିବାକୁ ଯାଇ କହିଥିଲେ, ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି । କିଛି ସେଲିବ୍ରିଟି ବିବାହ କରିବାକୁ ଯାଉଛନ୍ତି । ସେଥିରେ ପ୍ରିୟଙ୍କା ଏବଂ ନିକ୍‌ ମଧ୍ୟ ଅଛନ୍ତି ବୋଲି କହିବା ପରେ ପରେ ଶାହାରୁଖ୍‌ ତାଙ୍କୁ ପ୍ରଶ୍ନ ସାରିବାକୁ ନ ଦେଇ ମୁଁ ମଧ୍ୟ ବିବାହ କରୁଛି ବୋଲି କହିଥିଲେ । ମୁଁ ତୁମକୁ ନିମନ୍ତ୍ରଣ କରିବି । ମୋର ନିମନ୍ତ୍ରଣ କାର୍ଡ଼ ଆସିବ ତୁମ ପାଖକୁ । ମୋ ମେହେନ୍ଦିକୁ ଆସିବ ନିଶ୍ଚୟ ବୋଲି କହିଥିଲେ ଶାହାରୁଖ୍‌ । ତେବେ ଶାହାରୁଖ୍‌ଙ୍କ ଏଭଳି ପ୍ରତିକ୍ରିୟା କାହାକୁ ବୁଝା ପଡ଼ି ନଥିଲା । ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ଶହାରୁଖ୍‌ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଏ ଖବର ଶାହାରୁଖ୍‌ଙ୍କ ପତ୍ନୀ ଗୌରୀଙ୍କୁ ଜଣା ପଡ଼ିବା ପରେ ସେ ପ୍ରିୟଙ୍କାଙ୍କ ସହ କୌଣସି ଫିଲ୍ମ ନ କରିବା ପାଇଁ ଶାହାରୁଖ୍‌ଙ୍କୁ କହିଥିଲେ । ଏଭଳି ପ୍ରତିକ୍ରିୟା ରଖିବା ପଛର କାରଣ ବୋଧ ହୁଏ ଏହା ହୋଇପାରେ ।

ସମ୍ବନ୍ଧିତ ଖବର