ଧୋନୀ, ସଚିନ ଏବଂ କପିଲଙ୍କ ପରେ ଏହି କ୍ରିକେଟ୍‌ ତାରକାଙ୍କ ଜୀବନୀ ଉପରେ ତିଆରି ହେବ ସିନେମା

ମୁମ୍ବାଇ: ବଲିଉଡରେ ଇତିମଧ୍ୟରେ ବେଶ୍‌ କେତୋଟି ବାୟୋପିକ୍‌ ଫିଲ୍ମ ନିର୍ମିତ ହୋଇଛି। ଏହି ସିନେମାଗୁଡିକ ଭିତରୁ କେତୋଟି କ୍ରିକେଟ୍‌ ତାରକାଙ୍କ ଜୀବନୀ ଉପରେ ମଧ୍ୟ ଆଧାରିତ।
କ୍ରିକେଟ ଜଗତର ନାମୀଦାମୀ ତାରକା ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ନିର୍ମାତା ଏକତା କପୁର ଏକ ସିନେମା ନିର୍ମାଣ କରିଥିଲେ। ଏଥିରେ ସୁଶାନ୍ତ ସିଂହ ରାଜପୁତ୍‌ ବନିଥିଲେ ମହେନ୍ଦ୍ର ସିଂହ ଧୋନୀ। ଏହାକୁ ବିପୁଳ ବ୍ୟାବସାୟିକ ସଫଳତା ମିଳିଥିଲା।
ତା’ପରେ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ସଚିନ: ଏ ବିଲିୟନ୍‌ ଡ୍ରିମସ୍‌’ ନିର୍ମିତ ହୋଇଥିଲା। ଏହା ମଧ୍ୟ ବେଶ୍‌ ପ୍ରଶଂସିତ ହୋଇଥିଲା। ଖାଲି ସେତିକି ନୁହେଁ, ‘ସଚିନ: ଏ ବିଲିୟନ୍‌ ଡ୍ରିମ୍‌ସ’ ଭଲ ବ୍ୟବସାୟ ମଧ୍ୟ କରିଥିଲା।
ଠିକ୍‌ ସେହିପରି ପ୍ରଖ୍ୟାତ କ୍ରିକେଟର୍‌ କପିଲ ଦେବଙ୍କ ଉପରେ ମଧ୍ୟ ଏକ ହିନ୍ଦୀ ଚଳଚ୍ଚିତ୍ର ତିଆରି ହେଉଛି। ଏଥିରେ ଅଭିନେତା ରଣବୀର ସିଂହ କପିଲ ଦେବଙ୍କ ଭୂମିକା ନିଭାଇବେ ବୋଲି ଜଣାଯାଇଛି।

photo-navbhararttimes

ଏବେ ଆଉ ଜଣେ ଖ୍ୟାତନାମା କ୍ରିକେଟରଙ୍କ ଜୀବନୀ ଉପରେ ସିନେମା ତିଆରି ହେଉଥିବାର ସୂଚନା ମିଳିଛି। ଏହି କ୍ରିକେଟ ତାରକା ଜଣକ ହେଲେ ସୌରଭ ଗାଙ୍ଗୁଲି। ତାଙ୍କ ଜୀବନୀ ଆଧାରିତ ଏକ ଫିଲ୍ମ ନିର୍ମାଣ କରିବେ ଏକତା କପୁର। ଏହାର କାହାଣୀ ‘ଏ ସେଞ୍ଚୁରୀ ଇଜ୍‌ ନଟ୍‌ ଏନଫ୍‌’ ପୁସ୍ତକ ଉପରେ ଆଧାରିତ ବୋଲି କୁହାଯାଉଛି। ଏହି ବହିର ସହ-ଲେଖକ ହେଲେ ନିଜେ ସୌରଭ ଗାଙ୍ଗୁଲି।

ସମ୍ବନ୍ଧିତ ଖବର