ଓଲିଉଡ଼୍ର ଦୁଇଟି ଆଗୁଆ ପଯୋଜନା ସଂସ୍ଥା ହେଲା ତରଙ୍ଗ ଓ ସାର୍ଥକ। ସାର୍ଥକ ବ୍ୟାନରର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଆକାଶେ କି ରଙ୍ଗ ଲାଗିଲା’।ଏହା ୨୦୦୯ରେ ରିଲିଜ୍ ହୋଇଥିଲା।ଏହା ପରଠୁ ଏହି ବ୍ୟାନରରେ ପ୍ରତିବର୍ଷ ଏକାଧିକ ଓଡ଼ିଆ ଛବି ମୁକ୍ତଲାଭ କରିଛି। ଇତିମଧ୍ୟରେ ସାର୍ଥକ ୨୨ଟି ଓଡ଼ିଆ ଛବି ନିର୍ମାଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ତରଙ୍ଗ ସିନେ ପ୍ରଡ଼କସନ୍ସ ୨୦୧୫ରେ ତା’ର ପ୍ରଥମ ସିନେମା ‘ଇଶ୍କ ତୁ ହିଁ ତୁ’ ରିଲିଜ୍ କରିଥିଲା। ଏହାପରେ ଏହି ବ୍ୟାନରର ବି ପ୍ରତିବର୍ଷ ଏକାଧିକ ସିନେମା ନିର୍ମାଣ କରିଛି। ତେବେ ଉଭୟ ସାର୍ଥକ ଓ ତରଙ୍ଗ ବ୍ୟାନରରେ ଅଧିକାଂଶ ନାୟକନାୟିକା ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି। ଉଭୟ ବ୍ୟାନରରେ ଏଯାବତ୍ ଅନୁଭବ,ଅରିନ୍ଦମ୍, ବାବୁସାନ୍, ବୁଦ୍ଧାଦିତ୍ୟ, ଅମ୍ଳାନ,ବର୍ଷା ପ୍ରିୟଦର୍ଶିନୀ ଓ ଝିଲିକ୍ ପ୍ରମୁଖ ନାୟକନାୟିକା କାମ କରିଛନ୍ତି।
ଏହି ତାଲିକାରେ ଏବେ ସାମିଲ୍ ହୋଇଛନ୍ତି ଓଲିଉଡ଼୍ର ଆଉ ଜଣେ ଆଗଧାଡ଼ିର ନାୟିକା। ସେ ହେଲେ ଏଲିନା ସାମନ୍ତରାୟ୍।ଜଏଲିନା କିଛିଦିନ ଆଗରୁ ସାର୍ଥକ ବ୍ୟାନରରେ ଏଣ୍ଟ୍ରି ନେଇ ଏକ ସିନେମାରେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ହେଉଥିବା ଖବର ଆମେ ଦେଇଛୁ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଅପରପକ୍ଷରେ ଏଲିନା ଜଣେ ତରଙ୍ଗ ସିନେପ୍ରଡ଼କସନ୍ସର ଆଗାମୀ ଏକ ଫିଲ୍ମରେ ବି କାମ କରୁଥିବାର ସୂଚନା ମିଳୁଛି। ଅର୍ଥାତ୍ ଏକ ସମୟରେ ସାର୍ଥକ ଓ ତରଙ୍ଗ ଭଳି ଦୁଇ ପ୍ରତିଷ୍ଠିତ ବ୍ୟାନରର ଓଡ଼ିଆ ଛବିରେ କାମ କରିବାର ସୁଯୋଗ ପାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ତରଙ୍ଗରୁ ଆବିଷ୍କାର ହୋଇଛନ୍ତି ଏଲିନା। ତରଙ୍ଗରେ ପ୍ରସାରିତ ‘କିଏ ହେବ ମୋ’ ହିରୋଇନ୍’ରିଆଲିଟି ସୋ’ର ବିଜୟିନୀ ହେବାପରେ ଏଲିନା ତରଙ୍ଗ ସିନେ ପ୍ରଡ଼କସନ୍ସ ପ୍ରଥମ ଫିଲ୍ମ ‘ଇଶ୍କ ତୁ ହିଁ ତୁ’ରେ ନାୟିକା ବନିଥିଲେ। ତା’ପରେ ସେ ଏହି ବ୍ୟାନରରେ ‘ଜଗା ହାତରେ ପଘା’,‘ଲଭ୍ ଷ୍ଟେସନ୍’ ଓ ‘ଅଭୟ ଏ କମନ୍ମ୍ୟାନ୍’ରେ ବି ନଜର ଆସିଥିଲେ।