କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ଏଲି ଅବ୍ରାହମ୍‌ ସଂପର୍କ ତୁଟିଲା , ଏମିତି ବଢ଼ିଥିଲା ସମ୍ପର୍କ

ମୁମ୍ବାଇ: କ୍ରିକେଟର ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ନୂଆ କଥା ନୁହେଁ। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ଏଲି ଅବ୍ରାହମ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ସେଲିବ୍ରେଟି ବ୍ରେକ୍‌ଅପ୍‌ ନେଇଛନ୍ତି। କୁହାଯାଉଛି ଯେ, ବର୍ତ୍ତମାନ ଉଭୟ ଅଲଗା-ଅଲଗା ହୋଇ ଯାଇଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଓ ଏଲି ଅବ୍ରାହମ୍‌ଙ୍କ ପ୍ରେମ ସମ୍ପର୍କ ନେଇ କ୍ରିକେଟ ଓ ଫିଲ୍ମ ଦୁନିଆରେ ଅନେକ ଚର୍ଚ୍ଚା ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟାଙ୍କ ବିବାହ ଉତ୍ସବରେ ଏଲି ସାମିଲ ହୋଇଥିଲେ। ଏହା ପରେ ଦର୍ଶକ ଓ ପ୍ରଶଂସକମାନେ ହାର୍ଦ୍ଦିକ ଓ ଏଲିଙ୍କୁ ଏକାଠି ବୁଲୁଥିବାର ଅନେକ ଥର ଦେଖିଥିଲେ। କିନ୍ତୁ ଉଭୟେ କେବେ ବି ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରି ନଥିଲେ।

ସୂଚନାଯୋଗ୍ୟ କୃଣାଲ ପାଣ୍ଡ୍ୟାଙ୍କ ବିବାହ ଡିସେମ୍ବରରେ ପଙ୍ଖୁଡି ଶର୍ମାଙ୍କ ସହିତ ବିବାହ ହୋଇଥିଲା। ଏଲି ବିବାହ ଉତ୍ସବରେ ହାର୍ଦ୍ଦିକଙ୍କ ପରିବାର ସହିତ ଦେଖାଯାଇଥିଲେ। ମୁମ୍ବାଇର ଏକ ଖବରକାଗଜ ରିପୋର୍ଟ ଅନୁସାରେ କିଛି ମାସ ପର୍ଯ୍ୟନ୍ତ ଜଣେ ଅନ୍ୟ ସହିତ ଡେଟିଂ କରିବା ପରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଏଣିକି ଏଲିଙ୍କ ସହିତ ଦେଖାଯିବେ ନାହିଁ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର