ଯୋଦ୍ଧା ଅନ୍ଦାଜରେ ନଜର ଆସିଲେ ସନ୍ନି ଲିଓନି : ବୀରମାଦେବୀର ପ୍ରଥମ ଲୁକ୍‌ ରିଲିଜ୍‌ ହେଲା

ମୁମ୍ବାଇ : ବଲିଉଡ୍‌ ବେବିଡଲ୍‌ ଅଭିନେତ୍ରୀ ସନ୍ନି ଲିଓନି ବର୍ତ୍ତମାନ ତାଙ୍କ ଆଗାମୀ ସାଉଥ ସିନେମା ବୀରମାଦେବୀକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ପୂର୍ବରୁ ସନ୍ନି ଅନେକ ଚର୍ଚ୍ଚାରେ ରହିଥିଲେ ହେଁ ବର୍ତ୍ତମାନ ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ସନ୍ନି ଏହା ବିଷୟରେ ତାଙ୍କ ସୋସିଆଲ ମିଡ଼ିଆ ସାଇଟ୍‌ରେ ତାଙ୍କ ପ୍ରଶଂସକଙ୍କ ସହିତ ଶେୟାର କରିଥିଲେ । ପୋଷ୍ଟରରେ ସନ୍ନି ଏକ ଘୋଡ଼ା ଉପରେ ଖଣ୍ଡା ଧରି ଯୋଦ୍ଧାଙ୍କ ଅବତାରରେ ବସିଥିବାର ଦେଖାଯାଇଛନ୍ତି । ସବୁବେଳେ ବଡ଼ ପରଦାରେ ଆକର୍ଷକ ଲୁକ୍‌ରେ ଦେଖାଯାଇଥିବା ସନ୍ନିଙ୍କୁ ଏପରି ଧାର୍ମିକ ଅବତାରର ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି। ପ୍ରଥମ ଥର ପାଇଁ ସନ୍ନି ସାଉଥର କୌଣସି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ଏଥିରେ ସନ୍ନିଙ୍କୁ ତାଙ୍କ ପୂର୍ବ ଚରିତ୍ର ଅପେକ୍ଷା ସଂପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରକୁ ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରସ୍ତୁତ କରାଯାଉଥିବା ବେଳେ ହିନ୍ଦୀ , ମାଲାୟଲମ୍‌ ଏବଂ କନ୍ନଡ଼ ଭାଷାରେ ଏହା ରିଲିଜ ହେବାର ସୂଚନା ରହିଛି। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସୁଟିଂ ଚାଲୁରହିଛି । ସୂଚନା ଅନୁଯାୟୀ, ତେଲୁଗୁରେ ଏହି ଚଳଚ୍ଚିତ୍ରର ନାମ ବୀରମାହାଦେବୀ ରହିଥିବା ବେଳେ ତାମିଲରେ ରହିଛି ବୀରମାଦେବୀ ।

ସମ୍ବନ୍ଧିତ ଖବର