ଦ୍ୱିତୀୟ ଥର ମାଆ ବନିବେ ଈଶା, ନିଆରା ଢଙ୍ଗରେ କଲେ ଘୋଷଣା

ମୁମ୍ବାଇ: ଅଭିନେତ୍ରୀ ଈଶା ଦେଓଲ ଦ୍ୱିତୀୟ ଥର ପାଇଁ ମାଆ ବନିବାକୁ ଯାଉଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ନିଆରା ଢଙ୍ଗରେ ନିଜ ଦ୍ୱିତୀୟ ପିଲା ହେବା ବିଷୟରେ ଘୋଷଣା କରିଛନ୍ତି। ସେ ତାଙ୍କ ସ୍ୱାମୀ ଭରତ ତାକ୍‌ଥାନିଙ୍କ ସହ ଏହି ଇନ୍‌ଷ୍ଟା ପୋଷ୍ଟ୍‍ କରିଛନ୍ତି। ଈଶା ତାଙ୍କ ପ୍ରଥମ ଝିଅ ରାଧ୍ୟାଙ୍କର ଏକ ଫଟୋ ଦେଇଛନ୍ତି। ତାଙ୍କ ଫଟୋ ଦେଇ ଲେଖିଛନ୍ତି, ‘ମୁଁ ବଡ଼ ଭଉଣୀ ପଦବୀକୁ ପ୍ରମୋସନ୍‌ ପାଉଛି।’

 

 

View this post on Instagram

 

A post shared by Esha Deol (@imeshadeol) on

ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀ ଭରତଙ୍କୁ ୨୦୧୨ ମସିହାରେ ବିବାହ କରିଥିଲେ। ୨୦୧୭ ମସିହାରେ ଏହି ଭାଗ୍ୟବାନ ଦମ୍ପତିଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା।

ଜଣାଯାଉଛି ଇନ୍‌ଷ୍ଟାଗ୍ରାମ୍‌ରେ ଈଶାଙ୍କର ଖୁବ୍‌ ପ୍ରଶଂସକ ଅଛନ୍ତି। ଈଶା ଦେଇଥିବା ଏହି ପୋଷ୍ଟ୍‍ଟିକୁ ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ପାଖାପାଖି ୨୦ ହଜାର ଲୋକ ଲାଇକ୍‌ କରି ସାରିଲେଣି। ଈଶାଙ୍କ ପ୍ରଶଂସକମାନେ ତାଙ୍କୁ ତାଙ୍କ ପୋଷ୍ଟରେ ଶୁଭେଚ୍ଛା ବାର୍ତ୍ତା ବି ଦେଇଥିବା ଦେଖିବାକୁ ମିଳିଛି।

 

 

ସମ୍ବନ୍ଧିତ ଖବର