୧୫ଟା ଫ୍ଲପ୍‌ ସିନେମାର ଏହି ନାୟିକାଙ୍କୁ ମିଳିଲା ବଡ଼ ବଜେଟର ସିନେମା

ମୁମ୍ବାଇ: ଲଗାତାର ୧୫ଟା ଫ୍ଲପ୍‌ ସିନେମାରେ କାମ କରିଥିବା ବଲିଉଡର ହଟ୍‌ ନାୟିକା ଈଶା ଗୁପ୍ତାଙ୍କ ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ତେବେ ଆଜିକାଲି ସେ ଆଉ ଏକ ବଡ଼ ବଜେଟର ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା କୌଣସି ହିନ୍ଦୀ ସିନେମା ନୁହେଁ ,ବରଂ ଏହା ଏକ ଇରାନୀ ସିନେମା। ଏହି ଫିଲ୍ମର ଟାଇଟଲ ହେଲା ‘ଡେଲିଭରସ୍‌ ଡଟର୍‌’। ଘୋରାବନ୍‌ ମହମ୍ମଦ ଏହାର ନିର୍ଦ୍ଦେଶକ।ଏହି ସିନେମାରେ କାମ କରି ସେ ଖୁବ୍‌ ଭଲ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଈଶା ଗୁପ୍ତା ।

photo-youtube

ସେ ୨୦୦୭ରେ ମିସ୍‌ ଇଣ୍ଡିଆ ଇଣ୍ଟରନେସନାଲ୍‌ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଜନ୍ନତ୍‌-୨’। ପ୍ରଥମ ସିନେମାରେ ହିଁ ଈଶା ଗୁପ୍ତା ପାଇଥିଲେ ଫିଲ୍ମ ଫେଆର ବେଷ୍ଟ ଫିମେଲ ଡେବ୍ୟୁ ଆଓ୍ଵାର୍ଡ। ଏହାପରେ ତାଙ୍କୁ ‘ଚକ୍ରବ୍ୟୁହ’, ‘ହମସକଲସ୍‌’,‘ରୁସ୍ତମ୍‌’, ରାଜ ଥ୍ରି ଡି ଏବଂ ‘ବାଦଶାହୋ’ ଆଦି ହିନ୍ଦୀ ସିନେମାରେ ଦେଖିବାକୁ ମିଳିଛିା ତେବେ ସେ ଏଯାବତ୍‌ ଟପ୍‌ ନାୟିକା ବନ ପାରି ନାହାନ୍ତି।

ସମ୍ବନ୍ଧିତ ଖବର