ଜଳ ସଂରକ୍ଷଣ ଅଭିଯାନରେ ଈଶା

ନୂଆଦିଲ୍ଲୀ: ବିଭିନ୍ନ ସାମାଜିକ ପ୍ରସଙ୍ଗ, ମହିଳା ଓ ପ୍ରାଣୀଙ୍କ ମଙ୍ଗଳ ପାଇଁ ଅତୀତରେ କାର୍ଯ୍ୟ କରିଥିବା ଅଭିନେତ୍ରୀ ଈଶା ଗୁପ୍ତା ଏବେ ପରିବେଶ ସଂପର୍କିତ ଅଭିଯାନରେ ସାମିଲ ହୋଇଛନ୍ତି। ଜଳ ସଂରକ୍ଷଣ ପାଇଁ ସେ ସଚେତନତା ଅଭିଯାନ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ସେ ସିଧା-ସଳଖ ସାଧାରଣ ଲୋକଙ୍କ ସହ ମିଶିବେ ଏବଂ ଏ ବାବଦରେ ଆଲୋଚନା କରିବେ। ସାଧାରଣ ଲୋକଙ୍କ ସହ ମିଶ ଇଶା ସେମାନଙ୍କୁ ଉପଦେଶ ଦେବେ ଏବଂ ଜଳ ସଂରକ୍ଷଣ ପାଇଁ ଅନୁପ୍ରାଣିତ-ଉତ୍ସାହିତ କରିବେ। ଗ୍ରାମୀଣ ଭାରତର ଯୁବ-ଗୋଷ୍ଠୀଙ୍କୁ ଚେତାଇବେ।

ଈଶାଙ୍କ ଧାରଣା ଗ୍ରାମୀଣ ଯୁବ-ଗୋଷ୍ଠୀଙ୍କ ଧ୍ୟାନ ଆକର୍ଷିତ କରିପାରିଲେ, ସେ ନିଜ ଲକ୍ଷ୍ୟରେ ସଫଳ ହେବେ। ଗତ ବର୍ଷ ଈଶାଙ୍କର ଦୁଇଟି ଫିଲ୍ମ- ‘କମାଣ୍ଡୋ ୨’ ଓ ‘ବାଦଶାହୋ’ ମୁକ୍ତିଲାଭ କରିଥିଲା। ଏବେ ସେ ଏକ ସଙ୍ଗେ ତିନି ତିନିଟି ଫିଲ୍ମ- ‘ପଲଟନ’, ‘ଅାଁଖେ ୨’ ଓ ‘ହେରା ଫେରୀ ୩’ର ସୁଟିଂ ସହ ସଂପୃକ୍ତ।

ସମ୍ବନ୍ଧିତ ଖବର