ରିଲିଜ୍‌ ପୂର୍ବରୁ ହିଁ ୩୦୦କୋଟି ଆୟ କରି ସାରିଲାଣି ଫିଲ୍ମ ‘ସାହୋ’

ମୁମ୍ବାଇ : ‘ସାହୋ’ର  ଘୋଷଣା ହେବା ପରଠାରୁ ହିଁ ଚର୍ଚ୍ଚାରେ ରହି ଆସିଛି ପ୍ରଭାସଙ୍କ ଏହି ଫିଲ୍ମ । ଫିଲ୍ମକୁ ସଫଳ କରିବା ପାଇଁ ସବୁ ଦିଗକୁ ଧ୍ୟାନ ଦିଆଯାଉଥିବା ବେଳେ ଅଗଷ୍ଟ ୩୦ରେ ଫିଲ୍ମ ସାହୋ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ୍‌ ହୋଇ ସାରିଥିବା ବେଳେ ଦର୍ଶକଙ୍କ ଉତ୍ସାହ ଧିରେ ଧିରେ ବଢ଼ିବାରେ ଲାଗିଛି ।

Image result for saaho
Hindustan Times

ମିଳିଥିବା ତାଜା ଖବର ଅନୁଯାୟୀ, ରିଲିଜ୍‌ ପୂର୍ବରୁ ହିଁ ଫିଲ୍ମ ‘ସାହୋ’ ୩୦୦କୋଟି ଟଙ୍କା ଆୟ କରି ସାରିଛି । ସବୁ ଭାଷାରେ ଦିଆଯାଇଥିବା ଥିଓରିଟିକାଲ ରାଇଟ୍‌ସରୁ ୩୦୦କୋଟି ଟଙ୍କା ଆୟ ହୋଇଥିବା ଜଣାପଡ଼ିଛି । ଏଥିରେ ଫିଲ୍ମର ସାଟେଲାଇଟ୍ସ ଓ େଓ୍ଵବ୍‌ ପ୍ଲାଟ୍‌ଫର୍ମର ରାଇଟ୍‌ସ ସାମିଲ ନ ଥିବା ସାମ୍ନାକୁ ଆସିଛି । ଏହି ଦୁଇ ରାଇଟ୍‌ସ ସାମିଲ ହେଲେ ଫିଲ୍ମର ଆୟ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ରଭାସ ଥିବା ବେଳେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମ ପାଇଁ ଶ୍ରଦ୍ଧାଙ୍କୁ ୭କୋଟି ପାରିଶ୍ରମିକ ମିଳିଥିବା ପୂର୍ବରୁ ସମ୍ନାକୁ ଆସି ସାରିଛି ।

ସମ୍ବନ୍ଧିତ ଖବର