ପିଲାଦିନେ ପାଣିକୁ ଡରୁଥିଲେ, ପଡ଼ିଶା ଘର ବାଡ଼ିରୁ ଚୋରାଉ ଥିଲେ ଆମ୍ବ ଓ ହାତରୁ କେବେ ବି କାଢ଼ନ୍ତି ନାହିଁ ବ୍ରେସଲେଟ୍‌ ସଲମାନ୍‌

ମୁମ୍ବାଇ: ବଲିଉଡ୍‍ର ଦବଙ୍ଗ ବୟ ବୋଲାଉଥିବା ସଲମାନ୍‌ ଖାନ୍‌ଙ୍କୁ କିଏ ବା ନ ଜାଣେ! ହୁଏତ ସଲ୍ଲୁ ମିଆଁଙ୍କୁ ଟିଭିରେ ଜୋତାର ପ୍ରଚାର କରୁଥିବାର ସମସ୍ତେ ଦେଖିଥିବେ,ହେଲେ ପ୍ରକୃତ ଜୀବନରେ ତାଙ୍କୁ ଖାଲି ପାଦରେ ଚାଲିବାକୁ ଅଧିକ ହିଁ ପସନ୍ଦ ଆସେ! ଏଥିସହିତ ସଲମାନ୍‌ଙ୍କୁ ଚାଇନିଜ୍‌ ଖାଦ୍ୟ ପସନ୍ଦ ଥିବାବେଳେ, ପେଟିଙ୍ଗ୍‌ କରିବାରେ ମଧ୍ୟ ତାଙ୍କର ରହିଛି ରୁଚି । ତେବେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଦବଙ୍ଗ ବୟ୍‌ଙ୍କୁ ପହଁରିବା ବା ସନ୍ତରଣ କରିବାର ନିଶା ଘାରିଥିଲା। ସେ ତାଙ୍କ ସ୍କୁଲ୍‌ର ସ୍ୱିମିଙ୍ଗ୍‌ ଟିମ୍‌ରେ ମଧ୍ୟ ସାମିଲ୍‌ ଥିଲେ। ତେବେ କ’ଣ ଆପଣ ଜାଣିଛନ୍ତି କି ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ କଠିନ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବା ସଲମାନ୍‌ଙ୍କୁ ପାଣିର ଭୟ ରହିଛି?

ପିଲାଦିନେ ପାଣିକୁ ଡରୁଥିଲେ, ବଡ଼ ମା’ ଫିଙ୍ଗିଦେଲେ ଗଡ଼ିଆକୁ…

ଆପଣଙ୍କ ସୂଚନା ଲାଗି ଜଣାଉଛୁ ଯେ,ଛୋଟବେଳେ ବଲିଉଡ଼୍‍ର ଏହି ଅଭିନେତାଙ୍କୁ ପହଁରିବାକୁ ବହୁତ ଭୟ ଲାଗୁଥିଲା।ଯେଉଁ କାରଣକୁ ନେଇ ଏକଦା ସଲ୍ଲମିଆଁଙ୍କର ବଡ଼ ମା’ ତାଙ୍କୁ ଏକ ଦଉଡ଼ିରେ ବାନ୍ଧି ଦେବାସହ ପଡ଼ୋଶୀଙ୍କ ଗଡ଼ିଆ ଭିତରକୁ ଠେଲିଦେଇଥିଲେ। ଏହା ଥିଲା ସଲମାନ୍‌ଙ୍କ ପ୍ରଥମ ସନ୍ତରଣର ପାଠ । ଏହପରେ ସର୍ବଦା ସଲମାନ୍‌ଙ୍କୁ ଏହି ଗଡ଼ିଆରେ ଆସି ପହଁରିବାର ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। ତେଣୁ ପିଲାଟିଦିନରୁ ବଲିଉଡ୍‍ର ଭାଇଜାନ୍‌ ସଲମାନ୍‌ ଏହି କୂଅରୁ ତାଙ୍କର ପହଁରିବାର କୌଶଳ ଶିଖିଛନ୍ତି ବୋଲି ନିଜେ ସେ କହିଛନ୍ତି।

The Hindu

ସାବୁନ ସୌକିନ୍‌ ସଲମାନ୍‌ :

ଏତଦ୍‌ବ୍ୟତୀତ ସାବୁନ୍‌ ପ୍ରତି ମଧ୍ୟ ତାଙ୍କର ଅହେତୁକ ଆକର୍ଷଣ ରହିଛି। ଯେଉଁ କାରଣକୁ ନେଇ ଆଜିର ଦିନରେ ସଲମାନ୍‌ଙ୍କ ବାଥ୍‌ରୁମ୍‌ରେ ଦୁନିଆର ନାମୀଦାମୀ ସାବୁନ୍‌ର କଲେକ୍‌ସନ୍‌ ଦେଖିବାକୁ ମିଳେ! ତେବେ ସଲମାନଙ୍କ ବିଷୟରେ ସବୁଠୁ ରୋଚକ କଥା ହେଉଛି ଯେ,ଆଜିର ଏହି ଇଂଣ୍ଟରନେଟ୍‌ ଏବଂ ସ୍ମାର୍ଟଫୋନ୍‌ ଯୁଗରେ ତାଙ୍କ ନିଜର ହେଲେ ବି ଗୋଟିଏ ଇମେଲ୍‌ ଆଇଡ଼ି ନାହିଁ। ତେବେ ତାଙ୍କୁ ଏସବୁର ଆବଶ୍ୟତା ନାହିଁ ଓ ସେ ଫୋନ୍‌ ମଧ୍ୟମରେ ସିଧା ସିଧା କଥା ହେବାକୁ ପସନ୍ଦ କରନ୍ତି ବୋଲି ବଲିଉଡ଼୍‍ର ଏହି ହିରୋ କହିଛନ୍ତି।

ସାଇକେଲ୍‌ ପ୍ରିୟ ସଲମାନ୍‌ :
ଏହାସହିତ ସଲମାନ୍‌ ବିଷୟରେ ଅନ୍ୟ ଏକ ରୋଚକ କଥା ହେଉଛି , ଯେବେ ସଲମାନ୍‌ ଗ୍ଵାଲିୟର୍‌ ସିନ୍ଧିୟା ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ, ସେତେବେଳେ ଖରାଦିନ ଛୁଟିରେ ସେ ତାଙ୍କର ସବୁଠୁ ପ୍ରିୟ ଗନ୍ତବ୍ୟ ସ୍ଥଳ ଇନ୍ଦୋରକୁ ହିଁ ଯାଉଥିଲେ ବୋଲି କହିଛନ୍ତି। ଏଥିସହିତ ଏହି ସମୟରେ ଅଭିନେତା ସଲମାନ୍‌ଙ୍କୁ ଅଧିକରୁ ଅଧିକ ସମୟ ଇନ୍ଦୋର ସଡ଼କ ଉପରେ ସାଇକଲ୍‌ ଚଳାଉଥିବାର ଦେଖାଯାଉଥିଲା। ତେଣୁ ସେ ଏଠାରେ ମାଇଲ୍‌ ମାଇଲ୍‌ ଦୂର ପର୍ଯ୍ୟନ୍ତ ସାଇକେଲ୍‌ ଚଳାଉଥିଲେ।

The Indian Express

ଆମ୍ବ ଓ ଜାମୁକୋଳି ଚୋର :
କେବଳ ଯେ ଏତିକି ନୁହେଁ, ସଲମାନ୍‌ଙ୍କୁ ପଡ଼ୋଶୀମାନଙ୍କର ବାଡ଼ିରେ ପଶି ଆମ୍ବ ଏବଂ ଜାମୁକୋଳି ଚୋରାଇ ଖାଇବାର ବହୁତ ସଉକ ରହିଥିଲା। ଯେଉଁ କାରଣକୁ ନେଇ ସଲ୍ଲ ମିଆଁ ତାଙ୍କର ବନ୍ଧୁମାନଙ୍କୁ ବୁଝାଇସୁଝାଇ ଏକ ଗ୍ରୁପ୍‌ ବନାଇଥିଲେ।ଏହି ଗ୍ରୁପ ଜରିଆରେ ସେ ଆମ୍ବ ଓ ଜାମୁକୋଳି ଚୋରାଇ ଖାଉଥିଲେ।

ହାତରୁ କାଢ଼ନ୍ତି ନାହିଁ ବ୍ରେସଲେଟ୍‌ :
ସଲମାନ୍‌ଙ୍କୁ ଦର୍ଶକ ସର୍ବଦା ହିଁ ତାଙ୍କର ଡ଼ାହାଣ ହାତରେ ଫିରୋଜା ପଥରରେ ନିର୍ମିତଏକ ବ୍ରେସ୍‌ଲେଟ୍‌ ପିନ୍ଧିଥିବାର ଦେଖିଥାନ୍ତି। ସେ ଫିଲ୍ମର ସୁଟିଂ ସମୟରେ ମଧ୍ୟ ହାତରୁ କାଢ଼ନ୍ତି ନାହିଁ। ଏହି ବ୍ରେସ୍‌ଲେଟ୍‌ ପଛରେ ରହିଥିବା କାରଣ ଏମିତି। ସଲ୍‌ମାନ୍‌ଙ୍କ ବ୍ରେସ୍‌ଲେଟ୍‌ ଭଳି ଏକ ବ୍ରେସ୍‌ଲେଟ୍‌ ୧୫ ବର୍ଷ ପୂର୍ବରୁ ସଲମାନ୍‌ଙ୍କ ପିତା ସଲିମ୍‌ ଖାନ୍‌ଙ୍କ ହାତରେ ଦେଖାଯାଇଥିଲା। ପିତାଙ୍କୁ ବ୍ରେସ୍‌ଲେଟ୍‌ ପିନ୍ଧୁଥିବାର ଦେଖି ସଲମାନ୍‌ ପିତାଙ୍କ ହାତରୁ ଏହାକୁ ଖୋଲି ନିଜ ପାଇଁ ବି ଏକ ଡ଼ୁପ୍ଲିକେଟ୍‌ ବ୍ରେସ୍‌ଲେଟ୍‌ ବନାଇଥିଲେ, ଯାହାକି ତାଙ୍କ ପାଇଁ ଲକି ସାବସ୍ତ୍ୟ ହୋଇଛି। ଏହା ତାଙ୍କ ହାତରୁ ଏ ଯାଏଁ ଖୋଲାଯାଇଥିବାର କେହି ମଧ୍ୟ ଦେଖିନାହାନ୍ତି।

ସମ୍ବନ୍ଧିତ ଖବର