ସଞ୍ଜୟଙ୍କ ଜୀବନର ଏହି ସବୁ ସତକୁ ‘ସଞ୍ଜୁ’ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇ ନାହିଁ

ମୁମ୍ବାଇ: ଚାରିଆଡ଼େ ଏବେ ଗୋଟାଏ ଚର୍ଚ୍ଚା। ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’। ଚଳଚ୍ଚିତ୍ରଟି ସଫଳତା ପରେ ସଫଳତା ହାତେଇ ଚାଲିଛି। ମାତ୍ର କଥା ହେଉଛି ବାସ୍ତବରେ କ’ଣ ସଞ୍ଜୟଙ୍କ ଜୀବନର ସବୁତକ କଥା ‘ସଞ୍ଜୁ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି? ହସ୍ତଗତ ହୋଇଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ଚଳଚ୍ଚିତ୍ରଟିରେ ବହୁତ କିଛି ସତ କଥା ଦେଖାଯାଇ ନାହିଁ। ଆସନ୍ତୁ ସେସବୁ ଆଲୋଚନା କରିବା।

ଚଳଚ୍ଚିତ୍ରଟିରେ ପ୍ରଦର୍ଶନ କରାଯାଇଛି ଯେ ସଞ୍ଜୟ ଦତ୍ତ ଜଣେ ବନ୍ଧୁ ହିସାବରେ ଖୁବ୍‌ ଭଲ। ସେ କେବେ କୌଣସି ବି ବନ୍ଧୁଙ୍କୁ ଅସୁବିଧାରେ ପକାଇ ନାହାନ୍ତି। ମାତ୍ର ବାସ୍ତବ କଥା ହେଉଛି ସଞ୍ଜୟ ଦତ୍ତଙ୍କ ସକାଶେ ତାଙ୍କର ଅନେକ ବନ୍ଧୁ ଅସୁବିଧାରେ ପଡ଼ିଛନ୍ତି। ଏପରିକି ଜେଲ୍‌ ମଧ୍ୟ ଯାଇଛନ୍ତି। ତାହା ଚଳଚ୍ଚିତ୍ରରେ ପ୍ରଦର୍ଶନ କରାଯାଇ ନାହିଁ।

ଚଳଚ୍ଚିତ୍ରଟିରେ ସଞ୍ଜୟ ଦତ୍ତଙ୍କ ଜାମିନ୍‌ ପାଇବା କଥା ଉଲ୍ଲେଖ କରାଯାଇଛି, ମାତ୍ର କେମିତି ପାଇଲେ ତାହା ଉଲ୍ଲେଖ କରାଯାଇ ନାହିଁ। ବାସ୍ତବ କଥା ହେଲା ସଞ୍ଜୟ ଦତ୍ତ ସେତେ ସହଜରେ ଜାମିନ୍‌ ପାଇନଥିଲେ। ତାଙ୍କ ବାପା ସୁନୀଲ ଦତ୍ତ ନିଜର ରାଜନୈତିକ ହାତ ବ୍ୟବହାର କରି ସଞ୍ଜୁଙ୍କ ଜାମିନ୍‌ କରାଇଥିଲେ।

ଚଳଚ୍ଚିତ୍ରରେ ଦେଖାଯାଇଛି ଯେ ସଞ୍ଜୟ ଦତ୍ତ ଏକ ନିର୍ଦ୍ଦିଷ୍ଟ ସମୟ ପରେ ତାଙ୍କର ଗ୍ୟାଙ୍ଗ୍‌ଷ୍ଟାର୍‌ ବନ୍ଧୁଙ୍କ ସହ ଯୋଗାଯୋଗ କାଟି ଦେଇଥିଲେ। ମାତ୍ର ପ୍ରକୃତ କଥା ହେଉଛି ସଞ୍ଜୁ ଗ୍ୟାଙ୍ଗ୍‌ଷ୍ଟାର୍‌ ଛୋଟା ସକେଲ୍‌ ସହ ଜାମିନ୍‌ ପାଇବା ପରେ ବି ସଂଯୋଗରେ ଥିଲେ।

ଚଳଚ୍ଚିତ୍ରରେ ଦର୍ଶଯାଇଛି ଯେ ସଞ୍ଜୟ ଦତ୍ତ ଭୟରେ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ପାଖରେ ରାଇଫଲ୍‌ ରଖିଥିଲେ। ବାସ୍ତବ କଥା ହେଉଛି ସଞ୍ଜୟ ବଲିଉଡ୍‌ର ଜଣେ ନିର୍ଭୟା ଅଭିନେତା। ସେ ଭୟରେ ରଖିଥିବା କଥା ସ୍ୱକଳ୍ପିତ।

ସଞ୍ଜୟ ଦତ୍ତଙ୍କ ବର୍ତ୍ତମାନ ପତ୍ନୀ ମନ୍ୟତ ଦତ୍ତଙ୍କ ପୂର୍ବରୁ ତାଙ୍କର ଆହୁରି ୨ ଜଣ ପତ୍ନୀ ଥିଲେ। ଏପରିକି ତାଙ୍କ ପ୍ରଥମ ପତ୍ନୀଙ୍କର ତ୍ରିଶଳା ନାମରେ ଜଣେ ଝିଅ ମଧ୍ୟ ରହିଛି। ତାହାକୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ କରାଯାଇ ନାହିଁ।

ସମ୍ବନ୍ଧିତ ଖବର