ବିନା ନିମନ୍ତ୍ରଣରେ ବିବାହ ଭୋଜିକୁ ଚାଲି ଯାଇଥିଲେ କପିଲ, ଧରା ପଡ଼ିବା ପରେ ମିଳିଥିଲା ଏହି ଦଣ୍ଡ

ମୁମ୍ବାଇ : ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା ଏବେ ନିଜ ପ୍ରେମିକା ଗିନ୍ନି ଚତାର୍ଥୀଙ୍କୁ ଡ଼ିସେମ୍ବର ୧୨ରେ ବିବାହ କରିବାକୁ ଯାଉଛନ୍ତି । ୧୩ବର୍ଷ ପରସ୍ପରକୁ ଡ଼େଟ୍‌ କରିବା ପରେ ଦୁହେଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ କପିଲ ନିଜ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କଥାର ଖୁଲାସା କରିଛନ୍ତି । କଲେଜରେ ଥିବା ସମୟରେ କପିଲ ନିଜ ସାଙ୍ଗମାନଙ୍କ ସହ ମିଶି ବିନା ନିମନ୍ତ୍ରଣରେ ଅନେକ ବିବାହ ଭୋଜି ଖାଇବାକୁ ଯାଉଥିଲେ ବୋଲି ମିଡ଼ିଆକୁ ଜଣାଇଛନ୍ତି ।

ତାଙ୍କ କହିବା ଅନୁଯାୟୀ,ଦିଲ୍ଲୀରେ ଥିବା ସମୟରେ ମୁଁ ନିଜ ସାଙ୍ଗମାନଙ୍କ ସହ ବିବାହ ଭୋଜି ଖାଇବାକୁ ଯାଉଥିଲି । କିନ୍ତୁ ଜଣେ ମଉସା ଆମକୁ ଧରି ନେଇଥିଲେ । ଧରା ପଡ଼ିବା ପରେ,ମୋର ଜଣେ ସାଙ୍ଗ ଧରିଥିବା ମଉସାଙ୍କୁ ମିଛ କାହାଣୀ କହିଥିଲେ । ହଷ୍ଟେଲରେ ଖାଇବା ସରି ଯାଇଛି । ଏବେ ଖାଇବା ପାଇଁ କିଛି ବି ନାହିଁ ବୋଲି କହବା ପରେ ମଉସା ଆମକୁ ଦଣ୍ଡ ହିସାବରେ ନାଚିବା ପାଇଁ କହିଥିଲେ । ଆମେ ସେ ଦିନ ଦୁଇ ଦୁଇଥର ଖାଇବା ପରେ ନାଚିଥିଲୁ । ସେ ଅନୁଭୁତି ନିଆରା ଥିଲା, ଯାହା ସବୁଦିନ ମନେ ରହିବ ବୋଲି କହିଥିଲେ କପିଲ ।

ସମ୍ବନ୍ଧିତ ଖବର