୭୫ବର୍ଷ ବୟସରେ କିଭଳି ଦେଖାଯିବେ ସୋନମ କପୁର, ଫଟୋ ସେୟାର କରି ଜଣାଇଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନିଜ ଅଭିନୟ ଦକ୍ଷତା ସହ ଫ୍ୟାଶନ ଉପରେ ଥିବା ଜ୍ଞାନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡ୍‌ରେ ସୋନମଙ୍କୁ ଫ୍ୟାଶନ ଦିବା ବୋଲି କୁହାଯାଏ । ସବୁବେଳେ ସେ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ନିଜ ଫଟୋ ସେୟାର କରିଥାନ୍ତି । ଏବେ ସେ ଇନ୍‌ଷ୍ଟାରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

oneindia.com

ସୂଚନା ମୁତାବକ, ୭୫ବର୍ଷ ବୟସରେ ସୋନମ କିଭଳି ଦେଖାଯିବେ, ତାହାର ଏକ ଫଟୋ ସେୟାର କରିଛନ୍ତି ସୋନମ । ଫଟୋଟି ସୋନମଙ୍କ ଜଣେ ପ୍ରଶଂସକ ପଠାଇଥିବା ବେଳେ ସେ ଏହାକୁ ପରେ ସେୟାର କରିଥିଲେ । ଫଟୋ ସେୟାର କରିବା ସହ, ଦେଖ, ଯେତେବେଳେ ସେ ୭୫-୮୦ବର୍ଷର ହୋଇଯିବେ, ସେତେବେଳେ ସେ ଏଭଳି ଦିଶିବେ । କିନ୍ତୁ ସେ ସତରେ ସୁନ୍ଦର । ସବୁଦିନ ପାଇଁ ବିୟୁଟି କୁଇନ୍‌ ହୋଇ ରହିବେ ବୋଲି ଲେଖିଥିଲେ ସୋନମ ।

ସମ୍ବନ୍ଧିତ ଖବର