ଜଣେ ପ୍ରଶଂସକଙ୍କୁ କାହିଁକି ନିଜ ଫଟୋ ପଠାଇଥିଲେ ଅକ୍ଷୟ କୁମାର, ୨୨ ବର୍ଷ ପରେ ସେହିି ଫଟୋକୁ ଦେଖି କି ପ୍ରତିକ୍ରିୟା ଦେଲେ ଖିଲାଡି ବୟ?

ମୁମ୍ବାଇ: ଟ୍ଵିଟର୍‌ରେ କେତେ ଜଣ ସକ୍ରିୟ କଳାକାରଙ୍କ ମଧ୍ୟରୁ ଖିଲାଡ଼ି ବୟ ଅକ୍ଷୟ କୁମାର ଅନ୍ୟତମ। ପ୍ରଶଂସକମାନଙ୍କ ଭଲପାଇବାର କିପରି ପ୍ରତ୍ୟୁତ୍ତର ଦିଆଯାଏ ତାହା ଅକ୍ଷୟ ବେଶ୍‌ ଭଲ ଭାବେ ଜାଣନ୍ତି। ୧୯୯୭ ମସିହାର ଅକ୍ଷୟଙ୍କର ଏକ ଫଟୋ ସେୟାର୍‌ କରି ଜଣେ ପ୍ରଶଂସକ କରିଥିବା ଟ୍ଵିଟ୍‌ର ପ୍ରତ୍ୟୁତ୍ତର ଦେଇ ପ୍ରଶଂସକଙ୍କୁ ଯଥେଷ୍ଟ ସମ୍ମାନ ଦେଇଛନ୍ତି ସେ।

 

ଆନନ୍ଦ ନାମକ ପ୍ରଶଂସକ ଅକ୍ଷୟଙ୍କର ୧୯୯୭ ମସିହାର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ପ୍ରିୟର ଅକ୍ଷୟ କୁମାର ସାର୍‌, ଏହି ଫଟୋ ଆପଣ ମୋତେ ୧୯୯୭ ମସିହାରେ ପଠାଇଥିଲେ। ମୁଁ ସେ ସମୟରେ ଆପଣଙ୍କୁ ଏକ ଗ୍ରହଣୀୟତା ପତ୍ର ପଠାଇଥିଲେ। ଆପଣ ବଦଳରେ ମୋତେ ଏହି ଫଟୋ ସହ ଆପଣଙ୍କ ଆଗାମୀ ଚଳଚ୍ଚିତ୍ର ତାଲିକା ଦେଇଥିଲେ। ଆଶା କରୁଛି ଆପଣଙ୍କ ଏହା ମନେ ଥିବ। ଆପଣଙ୍କର ଜଣେ ବଡ଼ ପ୍ରଶଂସକଙ୍କ ନିକଟରୁ ଭଲପାଇବା।’

ଏହାର ଉତ୍ତରରେ ଅକ୍ଷୟ ଲେଖିଛନ୍ତି, ‘ନିଶ୍ଚିତ ଭାବେ ମୁଁ ମନେ ରଖିିଛି। ପ୍ରଶଂସକଙ୍କ ଡାଏରିର ଏକ ଭଲ ପୁୁରୁଣା ଦିନ। ଆଶା କରୁଛି ତୁମେ ଭଲରେ ଥିବ। ଭଗବାନ ଆଶୀର୍ବାଦ କରନ୍ତୁ।’

ସମ୍ବନ୍ଧିତ ଖବର