‘ଫନ୍ନେ ଖାନ୍‌’ ଦେଖିବା ପରେ ଏପରି ଅନ୍ଦାଜ୍‌ରେ ପତ୍ନୀ ଐଶ୍ୱର୍ଯ୍ୟାଙ୍କର ପ୍ରଶଂସା କଲେ ଜୁନିୟର ବଚ୍ଚନ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଫନ୍ନେ ଖାନ୍‌’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଦର୍ଶକ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କର ଲୁକ୍‌ ଏବଂ ଅଭିନୟକୁ ବେଶ୍‌ ପସନ୍ଦ କରିଥିବାବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଐଶ୍ୱର୍ଯ୍ୟଙ୍କ ସ୍ୱାମୀ ତଥା ଜୁନିଅର୍‌ ବଚ୍ଚନ ଅଭିଷେକ। ଅଭିଷକ ବିନା କୌଣସି ନାମ ନେଇ ପତ୍ନୀ ଐଶ୍‌ଙ୍କର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି, ଯେଉଁଥିରୁ କି ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରତି ତାଙ୍କର ରହିଥିବା ଭଲପାଇବା ସଂପୂର୍ଣ୍ଣ ରୂପରେ ବାରି ହୋଇପଡ଼ୁଛି।

ସୂଚନା ଅନୁସାରେ ନିର୍ଦ୍ଦେଶକ ଅତୁଲ୍‌ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫନ୍ନେ ଖାନ୍‌’ ଅଗଷ୍ଟ ୩ରେ ରିଲିଜ୍‌ ହୋଇଥିବାବେଳେ, ଫିଲ୍ମକୁ ଦେଖିବା ପରେ କିଛି ଏମିତି ଅନ୍ଦାଜ୍‌ରେ ଜୁନିଅର୍‌ ବଚ୍ଚନ ଅଭିଷେକ ଟ୍ଵିଟର୍‌ ଜରିଆରେ ନିଜର ପ୍ରତିକ୍ରିୟା ଲେଖିଛନ୍ତି। ସେ ଏହି ଫିଲ୍ମରେ ଅଭିନୟ କରିଥିବା ଅନୀଲ କପୁର,ରାଜୁକୁମାର ରାଓ, ଦିବ୍ୟା ଦତ୍ତା ଓ ପିହୁଙ୍କ ଅଭିନୟରେ ବେଶ୍‌ ପ୍ରଭାବିତ ହୋଇଥିବା କହିବା ସହିତ ପତ୍ନୀ ଐଶ୍ୱର୍ଯ୍ୟା କିନ୍ତୁ ତାଙ୍କର ଫେବରାଇଟ୍‌ ବୋଲି ସେ ଟ୍ଵିଟ୍‌ ମାଧ୍ୟମରେ ଜଣାଇଛନ୍ତି।

ସୂତ୍ର ଅନୁସାରେ, ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଦର୍ଶକ ପୁଣିଥରେ ସେମାନଙ୍କର ପ୍ରିୟ ଯୋଡ଼ି ଅଭିଷେକ-ଐଶ୍ୱର୍ଯ୍ୟାଙ୍କୁ ଫିଲ୍ମ ‘ଗୁଲାବ ଜାମୁନ୍‌’ଜରିଆରେ ଏକାଠି ଦେଖିବାକୁ ପାଇବେ। ତେବେ ଏହା ପୂର୍ବରୁ ଏହି ଯୋଡ଼ିଙ୍କୁ ‘କୁଛ୍‌ ନା କହୋ’,‘ଉମ୍‌ରାଓ ଜାନ୍‌’,‘ଧୂମ୍‌-୨’,‘ଗୁରୁ’ଭଳି ଫିଲ୍ମରେ ଏକାଠି ଦେଖିବାକୁ ପାଇଥିଲେ ଦର୍ଶକ।

ସମ୍ବନ୍ଧିତ ଖବର