‘ରେସ୍‌-୩’ କରିବା ପାଇଁ କାହିଁକି ଇଚ୍ଛା କଲେ ବୋଲି ପଚରାଯିବା ପରେ ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ରଖିଲେ ଅନୀଲ କପୁର

ମୁମ୍ବାଇ : ବି-ଟାଉନ୍‌ରେ ଯଦି କେହି ନିଜ ବୟସକୁ ପଛରେ ପକାଇ ପାରିବା କଥା ଉଠେ ସେ ସମୟରେ ବଲିଉଡ୍‌ର ଝାକାସ୍‌ ଅଭିନେତା ଅନୀଲ କପୁରଙ୍କ ନାଁ ମନକୁ ଆସିଥାଏ । ଅନୀଲ କପୁରଙ୍କ ଶେଷ ଫିଲ୍ମ ‘ରେସ୍‌-୩’ ହୋଇଥିବା ବେଳେ ଏବେ ସେ ଫିଲ୍ମ ‘ଫନ୍ନେ ଖାନ୍‌’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବିଭିନ୍ନ ରିୟାଲିଟି ସୋ’ରେ ତାଙ୍କୁ ଫିଲ୍ମର ପ୍ରମୋସନ କରୁଥିବାର ଦେଖିବାକୁ ମିଳୁଛି । ଏହି ପ୍ରମୋସନ ସମୟରେ ତାଙ୍କୁ ତାଙ୍କର ପୂର୍ବ ଫିଲ୍ମ ‘ରେସ୍‌-୩’କୁ ନେଇ କିଛି ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Free Press Journal

ପ୍ରମୋସନ ସମୟରେ ଆପଣ ‘ରେସ୍‌-୩’ ଭଳି ଫିଲ୍ମ କ’ଣ ପାଇଁ କରିବାକୁ ଚାହିଁଲ ବୋଲି ପଚରାଯିବା ପରେ ସେ କହିଥିଲେ, “ମୁଁ କେବଳ ଟଙ୍କା ପାଇଁ ସେ ଫିଲ୍ମ କରିଥିଲି ବୋଲି କହିଥିଲେ ଅନୀଲ । ଅଭିନୟ ହେଉଛି ମୋର ପେସା । ଯେଉଁଥିରୁ ଟଙ୍କା ନେବା ପରେ ମୋ ଘରେ ଚୂଲି ଜଳି ଥାଏ । ଯଦି ମୁଁ ଠିକ୍‌ ଭାବରେ ଆୟ ନ କରିବି ତେବେ ମୋ ଘର ଚଳିବ କିପରି । ଯଦି ମୁଁ ଟଙ୍କା ରୋଜଗାର କରିବି ନାହିଁ ମୋ ସ୍ତ୍ରୀ ମୋତେ ଘରକୁ ପ୍ରବେଶ କରିବାକୁ ଦେବେ ନାହିଁ । ସେଥିପାଇଁ ଏହା ଟଙ୍କା ମୋ ପାଇଁ ଅଧିକ ଗୁରୁତ୍ୱ ରଖେ।” ।

ସମ୍ବନ୍ଧିତ ଖବର