ଭୁବନେଶ୍ୱର :ଲଗାତର ଭାବେ ଗତ କିଛି ବର୍ଷ ହେବ ପ୍ରତି ରଜରେ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗୁ ଥିବା ଓଡ଼ିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ଜଣକ ଏଥର ବାଦ ପଡ଼ୁଥିବା ଚର୍ଚ୍ଚା ହେଉଛି।ଏତର ରଜରେ ମଧ୍ୟ ତାଙ୍କ ସିନେମା ଧମାଲ କରିବ ବୋଲି ଶୁଣାଯାଉଥିଲା। ମାତ୍ର ଶେଷ ମୁହୂର୍ତ୍ତ ରେ ପ୍ରଯାଜନା ସଂସ୍ଥା ଏଭଳି ନିଷ୍ପତ୍ତି ନେଇଛି, ଯାହା ନାୟକଙ୍କ ଫ୍ୟାନ୍ ମାନଙ୍କ ପାଇଁ ନିଶ୍ଚିତ ଭାବେ ଖୁସି ଖବର ନୁହେଁ। ଆମେ ଆଉ ବୁଲେଇ ବଙ୍କେଇ କହିବାକୁ ଚାହୁଁ ନାହୁଁ। ୨୦୧୮ର ରଜ ବଜାରକୁ ସରଗରମ କରିବାରେ ଏଥର ବାଦ ପଡ଼ିେବେ ଓଡ଼ିଆ ସନେମା ଜଗତର ଅନ୍ୟତମ ଚର୍ଚ୍ଚିତ ନାୟକ ଅନୁଭବ ମହାନ୍ତି। ହଁ ତାଙ୍କ ଅଭିନୀତ ନୂଆ ସିନେମା ‘ପ୍ରେମ କୁମାର୍’ ଏଇ ରଜରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ପ୍ରଯୋଜନା ସଂସ୍ଥା ଆସନ୍ତା ରଜରେ ଏହି ସିନେମା ରିଲିଜ୍ ନ କରିବା ନେଇ ନିଷ୍ପତ୍ତି ନେଇଛି।
ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମା ‘ପ୍ରେମ କୁମାର୍’ ଏକ ରୋମାଣ୍ଟିକ-ମିଷ୍ଟ୍ରି ୍ ଥ୍ରିଲର୍। ଏଥିରେ ଅନୁଭବଙ୍କ ସହିତ ଶିବାନୀ ,ତମନ୍ନା ଦୁଇ ନାୟିକାଙ୍କ ସହିତ ମନୋଜ ମିଶ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ତେବେ କଣ ପାଇଁ ଏହି ସିନେମା ରଜରେ ରିଲିଜ ହେଉ ନାହିଁ ତାକୁ ନେଇ ଏବେ ଚର୍ଚ୍ଚା ି।
ମିଳିଥିବା ସୂଚନା ଅନୁଯାୟୀ, ‘ପ୍ରେମ କୁମାର’ର ‘ମହୁରତ’ ପରେ ନିର୍ଦ୍ଦେଶକ ତାପସ ସରଗରିଆ ଚଳଚିତ୍ରର କ୍ଲାଇମାକ୍ସ ସିନ୍୍ ପ୍ରଥମେ ସୁଟିଂ କରିବାକୁ ଚାହିଁଥିଲେ। ଏହି କ୍ଲାଇମାକ୍ସ ସନ୍ ସୁଟିଂ ଚାଲିଥିିବା ବେଳେ ନାୟକ ଅନୁଭବ ମହାନ୍ତି ପାଣି ଟାଙ୍କି ଉପରୁ ଏକ ସର୍ଟ ଦେଉଥିବା ବେଳେ ଗୋଡ଼ ଖସିଯିବାରୁ ଆହତ ହୋଇଥିଲେ। ଏଥିପାଇଁ ସେ ପ୍ରାୟ ୨୦ ଦିନ ବିଶ୍ରାମ ନେଇଥିଲେ। ତେବେ ଏବେ ଅନୁଭବ ସୁସ୍ଥ ଥିବା ସତ୍ତ୍ୱେ ସିନେମାର ସୁଟିଂ ଆରେମ୍ଭ ହୋଇ ନାହିଁ। ତେଣୁ ତରଙ୍ଗ ସିନେ ପ୍ରଡ଼କସନ୍ସ ପକ୍ଷରୁ ଆଗାମୀ ରଜରେ ‘ପ୍ରେମ କୁମାର’ ରିଲିଜ ନ କରିବା ପାଇଁ ନିଷ୍ପତ୍ତି ନେଇଛି। ପ୍ରଡକ୍ସନ ସଂସ୍ଥା କେବଳ ବାବୁସାନଙ୍କ ଅଭିନୀତ ‘ସୁନ୍ଦରଗଡ଼ର ସଲମାନ ଖାଁ’କୁ ରଜ ବଜାରରେ ରିଲିଜ କରିବ ବୋଲି ଜଣାଯାଇଛି।
ପ୍ରତିବର୍ଷ ରଜ ବଜାରକୁ ସରଗରମ କରୁଥିବା ଏହି ନାୟକ ଏଥର ବାଦ ପଡ଼ିବେ
/sambad/media/post_attachments/wp-content/uploads/2018/05/Anubhav-Movie_Thumbnail-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)