ତୈଳ ଦର ବୃଦ୍ଧି ବିଷୟରେ କହିବାରୁ ଅଭିନେତା ଫରହାନ୍‌ଙ୍କୁ ପାକିସ୍ତାନ ପଳାଇବାକୁ ପରାମର୍ଶ ଦେଲେ ପ୍ରଶଂସକ

ମୁମ୍ବାଇ: କିଛି ଦିନ ହେବ ଭାରତରେ ତୈଳ ଦର ବୃଦ୍ଧି ଚିନ୍ତାର ବିଷୟ ପାଲିଟିଛି। ନୂୂଆଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ୍‌ ଲିଟର ପିଛା ୬୮.୩୪ ଟଙ୍କାରୁ ବୃଦ୍ଧି ପାଇ ୭୭.୧୭ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ଏହା ୮୪.୯୯ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏଥିପାଇଁ ସମସ୍ତେ ସରକାରଙ୍କୁ ଦୋଷ ଦେଉଥିବା ବେଳେ ବଲିଉଡ୍‌ ଅଭିନେତା ଫରହାନ ଅଖତର ଏଥିରୁ ରକ୍ଷା ପାଇବାର ଉପାୟ ଟୁଇଟ୍‌ ଯୋଗେ ପ୍ରକାଶ କରିଛନ୍ତି । ଫରହାନଙ୍କ ଏହି ଟ୍ଵିଟ୍‌ ପରେ ଜଣେ ପ୍ରଶଂସକ ତାଙ୍କୁ ପାକିସ୍ତାନରେ ତୈଳ ଦର କମ୍‌ ରହିଛି ସେଠାକୁ ପଳାଇଯିବା ଦରକାର କହିବା ସହ ତାଙ୍କୁ ଅନେକ ପ୍ରକାରର ପରିହାସ କରିଛନ୍ତି ।

ଫରାହାନ୍‌ ତାଙ୍କ ଟ୍ଵିଟ୍‌ରେ ଲେଖିଛନ୍ତି “୮୪ ଟଙ୍କା ପେଟ୍ରୋଲ୍‌ ଦର ପାଇଁ ଆପଣମାନଙ୍କୁ ଶୁଭେଚ୍ଛା । ଅନ୍‌ଲାଇନ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ପେଟ୍ରୋଲ୍‌ର ପ୍ରକୃତ ଦର ୩୧ ଟଙ୍କା ହେବା ଉଚିତ୍‌ । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଟିକସ୍‌ ଯୋଡିଯିବା ପରେ ତାହା ଏତିକି ହୋଇଛି। ତେବେ ଆପଣ ମାନେ ଜାଣିଛନ୍ତି କିପରି ଏହି ବଢ଼ୁଥିବା ଦରକୁ ନିୟନ୍ତ୍ରିତ କରାଯାଇପାରିବ।”
ଫରହାନଙ୍କ ଏହି ଟ୍ଵିଟ୍‌ ପରେ କିଛି ପ୍ରଶଂସକ ତାଙ୍କ ସମର୍ଥନରେ କହିଥିବା ବେଳେ ଅନେକ ତାଙ୍କୁ ପରିହାସ କରିଛନ୍ତି । କିଛି ବ୍ୟକ୍ତି ଅଭିନେତା ମାନେ ପାରିଶ୍ରମିକ କମ୍‌ ନେଲେ ସିନେମା ଟିକେଟର ଦର କମ ହେବା ବିଷୟରେ କହିଥିବା ବେଳେ କିଛି ତାଙ୍କୁ ପାକିସ୍ତାନକୁ ଯିବା ପାଇଁ ମଧ୍ୟ କହିଛନ୍ତି ।

ସମ୍ବନ୍ଧିତ ଖବର