ଆଶାରାମ ଏବଂ ମୋଦିଙ୍କୁ ନେଇ ଫରହାନ୍‌ଙ୍କ ଟ୍ଵିଟ୍‌ : ପ୍ରଧାନମନ୍ତ୍ରୀଙ୍କ ଫଟୋ-ଭିଡିଓ ପୋଷ୍ଟକୁ ନାପସନ୍ଦ କଲେ

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୋଗରେ ୨୦୧୩ ମସିହାରୁ ଯୋଧପୁର ଜେଲ୍‌ରେ ଥିବା ଧର୍ମଗୁରୁ ଆଶାରାମ ବାପୁଙ୍କର ଆଜି ଦଣ୍ଡବିଧାନ କରାଯାଇଛି। ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାଙ୍କ ପାଇଁ ଅନେକ ପ୍ରକାରର କମେଣ୍ଟ ସୋସିଆଲ ମିଡ଼ିଆରେ ଆସିବା ଆରମ୍ଭ ହୋଇଯାଇଥିଲା। କିଛି ବ୍ୟକ୍ତି ଆଶାରାମ ବାପୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ଏ ନେଇ ଅନେକ ପ୍ରକାରର କମେଣ୍ଟ ମଧ୍ୟ କରିଥିଲେ। ତେବେ ଏହି ଟ୍ଵିଟର ପ୍ରତିଉତ୍ତର ଦେଇଛନ୍ତି ଅଭିନେତା ଗାୟକ ଫରହାନ ଅଖତର । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ କହିଛନ୍ତି ଯାହା ଉପରେ ସମସ୍ତେ ତାଙ୍କ ଭଳି ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି କିଛି ପ୍ରଶଂସକ ।
ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ଦେବା ପରେ ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଏବଂ ଫଟୋ ସେୟାର ହୋଇଛି । ଏଥିରେ ସେ ମୋଦୀଙ୍କ ସହ ଠିଆ ହୋଇଥିବାର ଦେଖାଯାଉଛନ୍ତି । ତେବେ ଏହି ପୋଷ୍ଟରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର କମେଣ୍ଟ କରୁଥିବା ବେଳେ ଫରାହାନ ଏଥିରେ କ୍ରୋଧିତ ହୋଇ ଟ୍ଵିଟ୍‌ରେ ଲେଖିଛନ୍ତି ‘ଆଶାରାମ ଜଣେ ନାବାଳିକା ଦୁଷ୍କର୍ମକାରୀ ଏବଂ ତାଙ୍କୁ ଦଣ୍ଡ ମିଳିବା ଉଚିତ। କିନ୍ତୁ ଲୋକମାନେ ଦୟାକରି ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ସେୟାର କରିବା ବନ୍ଦ କରନ୍ତୁ ।କାରଣ ତାଙ୍କ ସହ ଠିଆ ହୋଇଗଲେ ସେ ତାଙ୍କ ଅପରାଧରେ ଭାଗିଦାର ହୋଇଗଲେ ବୋଲି ପ୍ରମାଣିତ ହେଉନାହିଁ । ଏଣୁ ନିରପେକ୍ଷ ହୋଇ ଚିନ୍ତା କରନ୍ତୁ କାରଣ ଆମ ଭଳି ମୋଦିଙ୍କୁ ମଧ୍ୟ ଜଣାନଥିଲା କି ଆଶାରାମ ଏପରି ଜଣେ ଅପରାଧି ।’

ଫରହାନଙ୍କ ଏହି ଟ୍ଵିଟ୍‌ର ଅନେକ ଲୋକ ସମର୍ଥନ କରିଥିବା ବେଳେ ତାଙ୍କର ସକାରାତ୍ମକ ଭାବନାର ଅନେକ ପ୍ରଶଂସା କରୁଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ମୁଁ ଆଶା କରୁଛି ସମସ୍ତେ ଆପଣଙ୍କ ଭଳି ଚିନ୍ତା କରନ୍ତୁ ।

ସମ୍ବନ୍ଧିତ ଖବର