ଫରହାନ୍ ଅଖତର୍ ଏବଂ ଶିବାନୀଙ୍କ ଆଫେଆର୍ ମିଛ ନୁହେଁ !

ମୁମ୍ବାଇ: ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଫରହାନ୍‌ ଅଖତର ପତ୍ନୀ ଅଧୁନାଙ୍କ ସହିତ ଡିଭୋର୍ସ ହେବା ପରେ ନାୟିକା ଶ୍ରଦ୍ଧା କପୁରଙ୍କୁ ଡେଟ୍‌ କରୁଥିଲେ ।ଏଭଳି ଅନେକ ସମୟରେ ଶ୍ରଦ୍ଧା କପୁର ଫରହାନ୍‌ ଅଖତରଙ୍କ ଘରେ ସମୟ ବିତାଉଥିବାର ମଧ୍ୟ ଚର୍ଚ୍ଚା ହୋଇଥିଲା।ଥରେ ଶ୍ରଦ୍ଧାଙ୍କ ପିତା ବଖ୍ୟାତ ଅଭିନେତା ଶକ୍ତି କପୁର ଝିଅକୁ ଫରହାନ୍‌ଙ୍କ ଘରୁ ଟାଣି ଟାଣି ଆଣୁଥିବାର ଫଟୋ ମଧ୍ୟ ଭାଇରାଲ୍‌ ହୋଇଥିଲା ସୋସିଆଲ୍‌ ମିଡ଼ିଆରେ।
ତେବେ ସେ ଯାହା ହେଉନା କାହିଁକି ଫରହାନ୍‌ ଓ ଶ୍ରଦ୍ଧାଙ୍କବ୍ରେକ୍‌ଅପ୍‌ ହୋଇଥିଲା।ଏବେ ଖବର ମିଳିଛି ଯେ, ଫରହାନ୍‌ ଆଉ ଜଣେ ଯୁବତୀଙ୍କ ପ୍ରେମରେ ଏବେ ମସଗୁଲ୍‌ ହୋଇ ଉଠିଛନ୍ତି। ଫରହାନ୍‌ଙ୍କର ଏହି ପ୍ରେମିକା ଜଣକ ହେଲେ ଶିବାନୀ ଜଣ୍ଡେକର୍‌। ଶିବାନୀ ହେଉଛନ୍ତି ନାୟିକା-ଗାୟିକା,ତାଙ୍କର ବୟସ ହେଲା ୩୭ ବର୍ଷ।ଏବେ ଏହି ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି।ପରସ୍ପରକୁ ପ୍ରାୟ ତିନି ବର୍ଷ ହେଲା ଜାଣିଛନ୍ତି ଫରହାନ୍‌ ଓ ଶିବାନୀ।

ଶିବାନୀ ହେଉଛନ୍ତି କଲର୍ସ ଚାନେଲ୍‌ରେ ପ୍ରସାରିତ ରିଆଲିଟି ସୋ’ ‘ଖତରୋଁ କେ ଖିଲାଡି-୮’ର ଜଣେ ପ୍ରତିଯୋଗୀ। ଶିବାନୀ ଆଇପିଏଲର କେତେକ ସିଜିନ୍‌ର ହୋଷ୍ଟ ମଧ୍ୟ। ଖାଲି ସେତିକି ନୁହେଁ ଶିବାନୀ ଫିଲ୍ମ ‘ନୁର୍‌’ ଓ ‘ଶାନଦାର୍‌’ରେ ମଧ୍ୟ ଅଭିନୟ କରିଥିଲେ ଶିବାନୀ ଦାଣ୍ଡେକର୍‌। ସୋସିଆଲ ମିଡିଆରେ ଶିବାନୀ ଅନେକ ସମୟରେ ନିଜର ହଟ୍‌ ଆଣ୍ଡ୍‌ ବୋଲ୍‌ଡ ଫଟୋ ପୋଷ୍ଟ୍‍ କରି ଚର୍ଚ୍ଚା ରେ ରହି ଆସିଛନ୍ତି।କିଛି ଦିନ ତଳେ ଫରହାନ୍‌ ଅଖତର ଇନଷ୍ଟାଗ୍ରାମ୍‌ ରେ ଶିବାଜୀ ଦାଣ୍ଡେକର୍‌ଙ୍କୁ ତାଙ୍କ ବାର୍ଥଡେରେ ଶୁଭେଚ୍ଛା ଜଣାଇଥିଲେ। ସେଥିରେ ଉଭୟଙ୍କର ଫଟୋ ମଧ୍ୟ ସେଆର୍‌ କରିଥିଲେ। ସେହି ଫଟୋ ଫରହାନ୍‌ ଓ ଶିବାନୀଙ୍କୁ ହାତ ଧରାଧରି ହୋଇ ଯାଉଥିବାର ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ ଉଭୟଙ୍କର ପ୍ରେମ ସଂପର୍କ କଥା ମିଛ ନୁହେଁ।

ସମ୍ବନ୍ଧିତ ଖବର