ଅନ୍‌ସ୍କ୍ରିନ୍‌ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଆମୀର ଖାନ୍‌ଙ୍କ ସହ ନାମ ଯୋଡ଼ା ଯାଇ ସାରିଥିବା ଏହି ଅଭିନେତ୍ରୀ, ହାତ ଧରି ରାସ୍ତାରେ ଚାଲୁଥିବାର ଫଟୋ ହେଲା ଭାଇରାଲ

ମୁମ୍ବାଇ : ଫିଲ୍ମ ‘ଦଙ୍ଗଲ’ ପରେ ଅଭିନେତ୍ରୀ ଫାତିମା ସନା ଶେଖ୍‌ଙ୍କ ଭାଗ୍ୟ ବଦଳିଥିଲା । ଫିଲ୍ମକୁ ସଫଳତା ମିଳିବା ସହ ଲୋକପ୍ରିୟ ଏବଂ ଚର୍ଚ୍ଚିତ ହୋଇ ପାରିଥିଲେ ଫାତିମା । ଏବେ ସେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ମିଷ୍ଟର ପର୍‌ଫେକ୍ଟସନିଷ୍ଟ ଆମୀରଙ୍କ ସହ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ସମୟରେ ଏବେ ଫାତିମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି । ଫାତିମା ଫିଲ୍ମ ‘ଦଙ୍ଗଲ’ରେ ତାଙ୍କ ଭାଇ ଭୂମିକାରେ ନଜର ଆସିଥିବା ଅପାର ଶକ୍ତି ଖୁରାନାଙ୍କୁ ଡ଼େଟ୍‌ କରୁଛନ୍ତି ବୋଲି ସୂଚନା ମିଳିଛି ।

youtube.com

ପୂର୍ବରୁ ତାଙ୍କ ନାମ ଅଭିନେତା ଆମୀର ଖାନ୍‌ଙ୍କ ସହ ଯୋଡ଼ା ଯାଇଥିବା ବେଳେ ଦୁହେଁ ଏହାକୁ ମିଛ ବୋଲି କହିଥିଲେ । ଏବେ ଫାତିମା ଏବଂ ଅପାରଶକ୍ତିଙ୍କୁ ଏକା ସାଙ୍ଗରେ ସମୟ ବିତାଉଥିବାର ଦେଖା ଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏ ନେଇ ଅପାରଶକ୍ତିଙ୍କୁ ପଚରାଯିବା ପରେ ସେ କହିଥିଲେ, ଦୁହେଁ ନିଜ ନିଜ ଫିଲ୍ମରେ ବ୍ୟସ୍ତ ଥିଲୁ । ଫେରିବା ପରେ ସମୟ ମିଳିବାରୁ ଦେଖା କରିବାର ଯୋଜନା କରିଥିଲୁ । ଏହା ମଧ୍ୟରେ ଆଉ କିଛି ନାହିଁ ବୋଲି ସେ କହିଥିଲେ । କିଛି ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ସ୍ତ୍ରୀରେ ଅପାରଶକ୍ତିଙ୍କୁ ଦର୍ଶକେ ଦେଖିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର