ଏହି ନୂଆ ଯୋଡିଙ୍କୁ ପସନ୍ଦ କଲେ ଦର୍ଶକ

ଏ ବର୍ଷ ଏଯାବତ୍‌ ମୁକ୍ତିଲାଭ କରିଥିବା ହିନ୍ଦୀ ସିନେମାରେ ଦର୍ଶକ କେତେକ ନୂଆ ଯୋଡ଼ିଙ୍କୁ ପରଦାରେ ଦେଖିବାକୁ ପାଇଛନ୍ତି। ଏଥିମଧ୍ୟରୁ ଯେଉଁମାନେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ,ସେମାନଙ୍କ ସଂପର୍କରେ ଜାଣିବା……

ଅକ୍ଷୟ କୁମାର-ରାଧିକା ଆପ୍‌ଟେ:- ପ୍ରଖ୍ୟାତ ନିର୍ଦ୍ଦେଶକ ଆର୍‌ ବାଲ୍‌କୀଙ୍କ ସିନେମା ‘ପ୍ୟାଡ଼୍‍ମ୍ୟାନ୍‌’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନଜର ଆସିଛନ୍ତି ରାଧିକା ଆପ୍‌ଟେ। ଏହି ଯୋଡିକୁ ସିନେପ୍ରେମୀ ଭଲ ପାଇବା ଦେଇଛନ୍ତି।
ସିଦ୍ଧାର୍ଥ ମାଲହୋତ୍ରା-ରକୁଲ ପ୍ରୀତ୍‌ ସିଂହ:- ପ୍ରତିଭାବାନ୍‌ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଅୟାରୀ’ରେ ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ୍‌ ସିଂହଙ୍କ ଯୋଡ଼ିକୁ ଦେଖିବାକୁ ପାଇଛନ୍ତି ସିନେମାପ୍ରେମୀ।ଏହା ବି ଏହି ଯୋଡିର ପ୍ରଥମ ସିନେମା।

photo-deccanchronicle

ଶାହିଦ୍‌ କପୁର୍‌-ଦୀପିକା ପାଦୁକୋନ୍‌:- ବଲିଉଡ଼୍‍ର ଲୋକପ୍ରିୟ ନାୟକ ଶାହିଦ୍‌ କପୁର୍‌ ଓ ନାୟିକା ଦୀପିକା ପାଦୁକୋନ୍‌ ପ୍ରଥମ ଥର ଲାଗି ସଞ୍ଜୟ ଲୀଲା ଭଂସାଲିଙ୍କ ବିବାଦୀୟ ଚଳଚ୍ଚିତ୍ର‘ପଦ୍ମାବତୀ’ରେ ଏକାଠି ନଜର ଆସିଛନ୍ତି।ଏଥିରେ ଶାହିଦ୍‌ ରାଜା ରତନ ସିଂହ ଭୂମିକାରେ ଥିବାବେଳେ ରାଣୀ ପଦ୍ମାବତୀ ଚରିତ୍ରରେ ଥିଲେ ଦୀପିକା।ଏହି ଯୋଡ଼ିର କେମେଷ୍ଟ୍ରି ବି ଦର୍ଶକଙ୍କ ପସନ୍ଦ ହୋଇଛି।

ସମ୍ବନ୍ଧିତ ଖବର