ମୁମ୍ବାଇ: ଅଭିନେତା ବରୁଣ ଧାଓ୍ଵନ୍ ଓ ଅଭିନେତ୍ରୀ ସାରା ଅଲି ଖାନ୍ ପ୍ରଥମ ଥର ‘କୁଲି ନମ୍ବର୧’ରେ ପରଦାରେ ନଜର ଆସିବେ। ଦୁହେଁ ଏହି ସିନେମାର ସୁଟିଂରେ ବ୍ୟସ୍ତ ଥିଲେ, କିନ୍ତୁ କିଛିଦିନ ପୂର୍ବେ ସେଟରେ ହୋଇଥିବା ଦୁର୍ଘଟଣା କାରଣରୁ ବର୍ତ୍ତମାନ ସୁଟିଂ ଅଟକାଇ ଦିଆଯାଇଛି। କେବଳ ଏତିକି ନୁହେଁ, କୁହାଯାଉଛି କି ପ୍ରଯୋଜକଙ୍କୁ ଏହି ଦୁର୍ଘଟଣା ହେତୁ ଦୁଇରୁ ଅଢ଼େଇ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
କିଛିଦିନ ପୂର୍ବରୁ ସିନେମା ସେଟରେ ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ଥିବା ସାମଗ୍ରୀମାନ ଜଳି ଯାଇଥିଲା। ଫଳରେ ସିନେମାର ପ୍ରଯୋଜକଙ୍କୁ ଏହି କାରଣରୁ ଅନେକ କ୍ଷତି ସହିବାକୁ ପଡ଼ିଛି। ତେବେ ଏହି ଅଗ୍ନିକାଣ୍ଡ ସମୟରେ ସୌଭାଗ୍ୟବଶତଃ ସେଠାରେ କେହି ବି ନଥିଲେ। ତେଣୁ କାହାରି କିଛି କ୍ଷୟକ୍ଷତି ହୋଇ ନଥିଲା। ଏହି ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସେଟ ପାଇଁ ପାଖାପାଖି ୧୨୫ କୋଟି ଟଙ୍କାର ବୀମା ହୋଇଥିଲା। ତେଣୁ ଆଶା କରାଯାଉଛି କି ଏହାର ଭରଣା ହୋଇପାରିବ।