ଝିଅ ଶିଳ୍ପା ସ୍ୱାମୀ ରାଜ କୁନ୍ଦ୍ରାଙ୍କଠାରୁ ଛାଡ଼ପତ୍ର ନେଉଥିବା ଖବର ଶୁଣି ତୁରନ୍ତୁ ଶିଳ୍ପାଙ୍କୁ ଫୋନ କଲେ ମା’, ତା’ ପରେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା

ମୁମ୍ବାଇ: କିଛି ବର୍ଷ ହେବ ଫିଲ୍ମରେ ନଜର ଆସୁ ନଥିଲେ ମଧ୍ୟ ବିଭିନ୍ନ ରିୟାଲିଟି ସୋ’ରେ ନଜର ଆସୁଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ବିବାହ ପରେ ସେ ଫିଲ୍ମରୁ ଦୂରେଇ ଯାଇଥିବା ବେଳେ ଛୋଟ ପରଦାରେ ତାଙ୍କୁ ଅନେକ ସମୟରେ ଦର୍ଶକ ଦେଖିବାକୁ ପାଇଥାନ୍ତି । ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ସହ ତାଙ୍କ ସଂପର୍କ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଥିବା ବେଳେ ଏବେ ଦୁହେଁ ଛାଡ଼ପତ୍ର ନେଉଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ପ୍ରଶଂସକ ନୁହନ୍ତି, ଶିଳ୍ପାଙ୍କ ମା’ ମଧ୍ୟ ଏହି ଖବର ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଶିଳ୍ପାଙ୍କୁ ଫୋନ କରି ଖବରର ସତ୍ୟତା ବିଷୟରେ ପଚାରିଥିଲେ । ଯାହା ପରେ ସମ୍ପୁର୍ଣ୍ଣ ସତ ସାମ୍ନାକୁ ଆସିଥିଲା ।

The Indian Express

ସୂଚନା ମୁତାବକ, ଶିଳ୍ପା ଏବେ କୋରିଓଗ୍ରାଫର ଗୀତା କପୁର ଏବଂ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ସହ ମିଶି ସୁପର ଡ୍ୟାନ୍‌ସରର ସିଜିନ୍‌-୩କୁ ଜଜ୍‌ କରୁଛନ୍ତି । ସୋ’ର ସୁଟିଂ ଚାଲୁଥିବା ବେଳେ ଅନୁରାଗ ବାସୁ ଶିଳ୍ପାଙ୍କ ସହ ପ୍ରାଙ୍କ କରିବାକୁ ଯାଇ ତାଙ୍କ ମା’ଙ୍କୁ ଶିଳ୍ପାଙ୍କ ଫୋନରୁ ଏକ ମେସେଜ ପଠାଇଥିଲେ । ଯେଉଁଥିରେ ‘ମୁଁ ରାଜ୍‌ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛି’ ବୋଲି ଲେଖା ଯାଇଥିଲା । ଶିଳ୍ପାଙ୍କ ମା’ ଏହି ମେସେଜ ପାଇବା ପରେ ଆଶ୍ଚର୍ଯ୍ୟ ହୋଇ ଶିଳ୍ପାଙ୍କୁ ଫୋନ କରିଥିଲେ । ପ୍ରଥମେ ଶିଳ୍ପା କିଛି ବୁଝି ପାରି ନଥିବା ବେଳେ ପରେ ଅନୁରାଗ ବାସୁ ତାଙ୍କ ସହ ପ୍ରାଙ୍କ କରିଥିବା କଥା ସେ ଜାଣି ପାରିଥିଲେ । ସବୁ ଜାଣିବା ପରେ ସେ ନିଜ ମା’ଙ୍କୁ ମଧ୍ୟ ବୁଝାଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର