ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଲା ସିନେମା ‘ସୁଈଧାଗା’

ମୁମ୍ବାଇ: ୟସରାଜ ଫିଲ୍ମର ଚର୍ଚ୍ଚିତ ଫିଲ୍ମ ‘ସୁଈଧାଗା’ ସାଂଘାଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରତିଯୋଗିତା ଦୋୖଡରେ ସାମିଲ ହୋଇଛି | ଏହି ଦୋୖଡରେ ଏକମାତ୍ର ହିନ୍ଦୀ ଭାଷାର ଫିଲ୍ମ ଭାବରେ ଏହି ଫିଲ୍ମ ସ୍ଥାନ ପାଇଛି | ଆତ୍ମନିର୍ଭରଶୀଳ ହେବାକୁ ସନ୍ଧାନ କରୁଥିବା ସ୍ୱାମୀ-ସ୍ତ୍ରୀ ଙ୍କ ପ୍ରେମ ଓ ସ୍ୱାଭିମାନ ଏହି ଫିଲ୍ମରେ ଦର୍ଶାଯାଇଛି | ଫିଲ୍ମର ମୁଖ୍ୟ ଭୂମିକାରେ ବରୁଣ ଧାୱନ ଓ ଅନୁଷ୍କା ଶର୍ମା ଅଭିନୟ କରିଥିଲେ |

ଏହାକୁ ସିନେ ସମୀକ୍ଷକଙ୍କ ମହଲରେ ବେଶ ପ୍ରଶଂସା କରାଯାଇଥିଲା | ଏହି ଫିଲ୍ମରେ ମୋଜୀ ଚରିତ୍ରରେ ବରୁଣ ଅଭିନୟ କରିଥିବାବେଳେ ମମତା ଚରିତ୍ରରେ ଅନୁଷ୍କା ଅଭିନୟ କରିଥିଲେ |ଏହି ଦୁହିଁଙ୍କ ଭିତରେ କିଛି କରି ଦେଖାଇବାର ଆକାଂକ୍ଷାକୁ ବେଶ ସୁନ୍ଦର ଭାବରେ ଚିତ୍ରଣ କରାଯାଇଥିଲା | ଶରତ କଟାରିୟାଙ୍କ ଏହି ଫିଲ୍ମ ଭାରତର ସ୍ଥାନୀୟ କଳାକାରଙ୍କ ଉପରେ ପର୍ଯ୍ୟବେସିତ ହୋଇଥିଲା |

PHOTO-www.siff.com

ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇବାକୁ ନେଇ ବରୁଣ କହିଛନ୍ତି ଯେ ଏହି ଫିଲ ଅନେକ ଲୋକଙ୍କ ହୃଦୟକୁ ଛୁଇଁଥିଲା | ସେହିପରି ଅନୁଷ୍କା କହିଛନ୍ତି ଯେ ସିନେମାର କାହାଣୀ ପୁରା ଦୁନିଆର ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖେ |

ସମ୍ବନ୍ଧିତ ଖବର