ଫିଲ୍ମ ‘ଜିରୋ’ର ସୁଟିଂ ସମୟରେ ଅନୁଷ୍କାଙ୍କ ଏଭଳି ଅଜବ ଅଭ୍ୟାସ ପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ବିରାଟ, ଗୁଡ଼୍‍ ବାଏ କିସ୍‌ ଦେବା ପୂର୍ବରୁ ଅନୁଷ୍କା କରୁଥିଲେ ଏଭଳି କାମ

ମୁମ୍ବାଇ: ଡିିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଜିରୋ’ । ଏହି ଫିଲ୍ମରେ କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ଚରିତ୍ର ଅନ୍ୟ ଫିଲ୍ମଠାରୁ ଭିନ୍ନ ଥିବା ବେଳେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଶାହାରୁଖ୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଅନୁଷ୍କା ଶର୍ମା ମଧ୍ୟ ନଜର ଆସୁଛନ୍ତି । ତେବେ ଶାହାରୁଖ୍‌ଙ୍କ ପରେ ଅନୁଷ୍କାଙ୍କ ଚରିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମରେ ସେ ହ୍ଵିଲ୍‌ ଚେୟାରରେ ବସିଥିବାର ଦେଖାଯାଇଛି । ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇଥିବା ସମସ୍ତ ଗୀତ ଏବଂ ଟ୍ରେଲରରେ ଅନୁଷ୍କା ହ୍ଵିଲ୍‌ ଚେୟାରରେ ବସିଥିବାର ଦେଖାଯାଇଛି । ତେବେ ସେ ଏହି ଅଭିନୟ କରିବା ପାଇଁ କିଭଳି ପୂର୍ବ ପ୍ରସ୍ତୁତି କରୁଥିଲେ ତାହା ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଫିଲ୍ମ ଅଫର ହେବା ପରେ ନିଜ ଚରିତ୍ର ବିଷୟରେ ଜାଣି ଏହାକୁ ଜୀବନ୍ତ କରିବା ପାଇଁ ଅନୁଷ୍କା ନିଜ ଘରେ ଏକ ହ୍ଵିଲ୍‌ ଚେୟାର ଆଣି ରଖିଥିଲେ । ଘରର ସବୁ କାମ ସହ ଅତିଥିମାନଙ୍କୁ ମଧ୍ୟ ସେ ହ୍ଵିଲ୍‌ ଚେୟାରରେ ବସି ସ୍ୱାଗତ କରୁଥିଲେ । ବିରାଟଙ୍କ ଜଣେ ବନ୍ଧୁଙ୍କ କହିବା ଅନୁଯାୟୀ, ଜିରୋର ସୁଟିଂ ଚାଲୁଥିବା ସମୟରେ ଅନୁଷ୍କାଙ୍କ ଏଭଳି ହ୍ଵିଲ୍‌ ଚେୟାରରେ ବସି କାମ କରିବା ଅଭ୍ୟାସ ପାଇଁ ବିରାଟଙ୍କୁ ଚିନ୍ତାରେ ପକାଇଥିଲା । ପ୍ରାୟ ମାସେ ପର୍ଯ୍ୟନ୍ତ ଅନୁଷ୍କା ଘରେ ହ୍ଵିଲ୍‌ ଚେୟାରରେ ବସି କାମ କରିଥିଲେ । ମ୍ୟାଚ୍‌କୁ ଯିବା ପୂର୍ବରୁ ବିରାଟ ଗୁଡ଼୍‍ ବାଏ କିସ୍‌ ଦେବା ପାଇଁ ଆଗକୁ ଆସିଲେ ଅନୁଷ୍କା ହ୍ଵିଲ୍‌ ଚେୟାରରେ ବସି ପଡ଼ିବା ସହ କିସ୍‌ କରିବା ପାଇଁ କହୁଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର