ଅଧିକାରୀକ ଭାବରେ ବିବାହର ତାରିଖ ଘୋଷଣା କଲେ ଦୀପ୍‌-ବୀର, ନିମନ୍ତ୍ରଣ ପତ୍ରର ଫଟୋ ସେୟାର କରି ମାଗିଲେ ଆର୍ଶୀବାଦ, ଦେଖନ୍ତୁ ନିମନ୍ତ୍ରଣ ପତ୍ରର କିଛି ଝଲକ

ମୁମ୍ବାଇ: କିଛି ମାସ ହେଲାଣି ବଲିଉଡ୍‌ର ବାଜିରାଓ ମସ୍ତାନି ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଦୁହିଁଙ୍କ ବିବାହକୁ ନେଇ ସାରା ଦେଶର ଲୋକମାନେ ଅନେକ ଚର୍ଚ୍ଚା କରି ଆସୁଥିବା ବେଳେ ରଣବୀର ଏବଂ ଦୀପିକା ଏ ନେଇ ପୂର୍ବରୁ କୌଣସି ପ୍ରତିକ୍ରିୟା ରଖୁ ନଥିଲେ । ପୂର୍ବରୁ ବିବାହ ଖବରକୁ ନେଇ ଦୁହେଁ କୌଣସି ଅଧିକାରୀକ ଘୋଷଣା କରି ନଥିବା ବେଳେ ଏବେ ପ୍ରଥମ ଥର ପାଇଁ ନିଜ ବିବାହର ତାରିଖ ସ୍ପଷ୍ଟ କରିଛନ୍ତି ଦୀପ୍‌-ବୀର । ଇନ୍‌ଷ୍ଟାଗ୍ରାମରେ ନିମନ୍ତ୍ରଣ ପତ୍ରର ଫଟୋ ପୋଷ୍ଟ କରି ଦୁହେଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିବା ଦେଖା ଯାଇଛି ।

Indiatimes.com

ସୂଚନା ମୁତାବକ, ବିବାହ କଥା ଉଠିବା ପରେ ଦୁହେଁ ନଭେମ୍ବର ୨୦ରେ ଇଟାଲୀରେ ବିବାହ କରିବେ ବୋଲି ଜଣା ପଡ଼ିଥିଲା । କିନ୍ତୁ ପରେ ଏହି ତାରିଖ ବଦଳାଯାଇ ନଭେମ୍ବର ୧୫ କରାଯାଇଥିବା ସୂଚନା ମିଳିଥିଲା । ଯାହା ସତ ବୋଲି ରଣବୀର ଏବଂ ଦୀପିକା ପୋଷ୍ଟ କରିଥିବା ନିମନ୍ତ୍ରଣ ପତ୍ର ଫଟୋରୁ ସ୍ପଷ୍ଟ ହୋଇଛି । ପୋଷ୍ଟ କରାଯାଇଥିବା ଫଟୋରେ ବିବାହର ତାରିଖ ନଭେମ୍ବର୧୪ ଏବଂ ୧୫ ଲେଖାଯାଇଥିବା ଦେଖାଯାଇଛି । ଏହି ଫଟୋ ପୋଷ୍ଟ ହେବା ପରେ ଦୀପ୍‌-ବୀରଙ୍କ ପ୍ରଶଂସକଙ୍କ ମନରେ ବହୁ ଦିନରୁ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।

ସମ୍ବନ୍ଧିତ ଖବର