‘ହେଟ୍‌ ଷ୍ଟୋରି-୩’ ଅଭିନେତ୍ରୀଙ୍କ ନାମରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଲେ ବ୍ୟବସାୟୀ

ମୁମ୍ବାଇ : ଏଇ କିଛି ଦିନ ମଧ୍ୟରେ ବଡ଼ ଏବଂ ଛୋଟ ପରଦାରେ କାମ କରୁଥିବା ଅଭିନେତ୍ରୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇ ସାରିଥିବା ବେଳେ ଏବେ ପୁଣି ଜଣେ ବଲିଉଡ଼ କଳାକାରଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି । ଛୋଟ ପରଦାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ସୁର୍‌ଭିନ୍‌ ଚାଓ୍ଵଲାଙ୍କ ବିରୋଧରେ ଜଣେ ବ୍ୟବସାୟୀ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଥିବା ସୂଚନା ମିଳିଛି ।

‘ହେଟ୍‌ ଷ୍ଟୋରି-୩’ର ଅଭିନେତ୍ରୀ ଫିଲ୍ମ ‘ନିଲ୍‌ ବଟେ ସନ୍ନାଟା’ ନିର୍ମାଣ କରିବା ପାଇଁ ବ୍ୟବସାୟୀଙ୍କଠାରୁ ୪୦ଲକ୍ଷ ଟଙ୍କା ଧାର ଆଣିଥିବା ବେଳେ ପରେ ତାକୁ ଫେରାଇ ନ ଥିଲେ । ଏ ନେଇ ନିଉଜିଲାଣ୍ଡରେ ରହୁଥିବା ବ୍ୟବସାୟୀ ହୋସିଆରପୁର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସୁର୍‌ଭିନ୍‌ଙ୍କ ବ୍ୟତୀତ ତାଙ୍କ ଭାଇ ମନବିନ୍ଦର ସିଂ ଏବଂ ସାଥୀ ଅକ୍ଷୟ ଠାକ୍କରଙ୍କ ବିରୋଧରେ ମଧ୍ୟ ଏତଲା ଦିଆଯାଇଥିବା ଜଣାପଡ଼ିଛି ।

Free Press Journal

ଗୁପ୍ତା କରିଥିବା ଅଭିଯୋଗ ଅନୁଯାୟୀ,ସୁର୍‌ଭିନ୍‌ ଫିଲ୍ମ ତିଆରି କରିବା ପୂର୍ବରୁ ତାଙ୍କ ଫିଲ୍ମ ଉପରେ ୧କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ କହିଥିଲେ । ଫିଲ୍ମ ରିଲିଜ ହେବାର ୬ ମାସ ମଧ୍ୟରେ ତାଙ୍କୁ ୫୦ଲକ୍ଷ ମିଳିଯିବା ସହ ପରେ ବାକି ଟଙ୍କା ସେ ପାଇଯିବେ ବୋଲି ସୁର୍‌ଭିନ୍‌ କଥା ଦେଇଥିଲେ । ୧କୋଟି ଟଙ୍କା ମାଗିଥିଲେ ମଧ୍ୟ ଗୁପ୍ତା ସୁର୍‌ଭିନ୍‌ଙ୍କୁ କେବଳ ୪୦ଲକ୍ଷ ଟଙ୍କା ଦେଇ ପାରିଥିଲେ । ଫିଲ୍ମଟି ଏପ୍ରିଲ୨୨,୨୦୧୬ରେ ରିଲିଜ ହେବା ପରେ ସୁର୍‌ଭିନ୍‌ ଗୁପ୍ତାଙ୍କ ଫୋନ ଉଠାଇ ନଥିଲେ । ଅଭିଯୋଗ ହେବା ପରେ ସୁର୍‌ଭିନ୍‌ଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆ ଯାଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର