ମୁମ୍ବାଇ: ମୁମ୍ବାଇର ଓର୍ଲି ଅନ୍ତର୍ଗତ ପ୍ରଭାଦେବୀ ଅଞ୍ଚଳରେ ଥିବା ଏକ ସୁଉଚ୍ଚ ଆପାର୍ଟମେଣ୍ଟର ଉପର ମହଲାଗୁଡ଼ିକରେ ନିଆଁ ଲାଗିଯାଇଛି। ସୂତ୍ର ଅନୁଯାୟୀ, ବିଉମୋଣ୍ଡେ ଟାଓ୍ଵାର୍ସ ଆପାର୍ଟମେଣ୍ଟର ଉପର ୨/୩ ମହଲାରୁ ହଠାତ୍ ବୁଧବାର ମଧ୍ୟାହ୍ଣରେ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ନିଆଁ ଲାଗିଥିବା ମହଲାରୁ ୧୦୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ କୌଣସି ଅନ୍ତେବାସୀ ଆହତ ହୋଇନଥିବା ଖବର ମିଳିଛି।
The Financial Expressଏହି ଆପାର୍ଟମେଣ୍ଟରେ ବଲିଉଡ଼୍ ତାରକା ଦୀପିକା ପାଦୁକୋନ୍ଙ୍କର ଏକ ଫ୍ଲାଟ୍ ରହିଛି। ତେବେ ଦୁର୍ଘଟଣା ସମୟରେ ଦୀପିକା ସେଠାରେ ଉପସ୍ଥିତ ଥିଲେ କି ନାହିଁ ତାହା ଜଣାପଡ଼ିନାହିଁ। ଦୀପିକା ସେଠାରେ ରହୁ ନଥିବା କଥା କେତେକ ପ୍ରକାଶ କରିଛନ୍ତି। ଆପ୍ପା ସାହେବ ମରାଠେ ମାର୍ଗରେ ଅବସ୍ଥିତ ଏହି ସୁଉଚ୍ଚ ଆପାର୍ଟମେଣ୍ଟରେ ବର୍ତ୍ତମାନ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ୬ ଗୋଟି ଦମ୍କଳ ଗାଡ଼ି ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/pjimage-1528884296.jpg)