ହୁମା କ୍ୟୁରେସୀଙ୍କ ପ୍ରଥମ ପ୍ରେମିକ କିଏ ?

ଗର୍ଜିଅସ୍‌ ବଲିଉଡ୍‌ ଆକ୍‌ଟ୍ରେସ୍‌ ହୁମା କ୍ୟୁରେସୀଙ୍କ ଆଫେଆର୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ଜାଣନ୍ତି! କାହା ସହ ତାଙ୍କର ପ୍ରଥମ ଆଫେଆର୍‌କୁ ନେଇ ଚର୍ଚ୍ଚା ହୋଇଥିଲା?

ଥିଏଟରରୁ ମଡେଲିଂ ଓ ତା’ପରେ ଆକ୍ଟିଂ ଲାଇନ୍‌କୁ ଆସିଥିଲେ ହୁମା କ୍ୟୁରେସୀ। ସେ ବଲିଉଡରେ ଗ୍ୟାଙ୍ଗ୍‌ସ ଅଫ୍‌ ଓ୍ଵାସେପୁର,ଲଭ ସୁବ୍‌ତେ ଚିକେନ୍‌ ଖୁରାନା,ଏକ୍‌ ଥି ଡାୟନ୍‌,ଡି-ଡେ,ଦେଢ଼ ଇଶ୍କିୟା,ବଦଲାପୁର,ହାଇେଓ୍ଵ,ଜଲି ଏଲ୍‌ ଏଲ୍‌ ବି-୨ ଓ କାଲା ଆଦି ସିନେମାରେ ନଜର ଆସିଛନ୍ତି। ଜଣେ ଦକ୍ଷ ଅଭିନେତ୍ରୀ ଭାବେ ହୁମା ନିଜର ପରିଚୟ ଦେଇଛନ୍ତି। ହେଲେ ବ୍ୟକ୍ତିଗତ ବ୍ୟାପାରକୁ ନେଇ ବି ସେ ଅନେକ ଚର୍ଚ୍ଚା ସାଉଁଟିଛନ୍ତି। ହୁମାଙ୍କ ଆଫେଆର୍‌ ପ୍ରସଙ୍ଗରେ ଅନେକ କଥା ଶୁଣିବାକୁ ମିଳେ। ହେଲେ ଜାଣନ୍ତି ,ହୁମା କ୍ୟୁରେସୀଙ୍କ ପ୍ରଥମ ପ୍ରେମିକ ଥିଲେ ଅର୍ଜୁନ୍‌ ବାଜଓ୍ଵା ।

ଏଦୁହିଁଙ୍କର ପ୍ରେମ କାହାଣୀ କିନ୍ତୁ ଅଧୁରା ରହିଗଲା। ବଲିଉଡରେ ଏଣ୍ଟ୍ରି ନେବା ପରେ ହୁମାଙ୍କ ସହ ପ୍ରଥମେ ଅଭିନେତା ଅର୍ଜୁନ ବାଜଓ୍ଵାଙ୍କ ନାଆଁ ଯୋଡ଼ା ହୋଇଥିଲା। ୨୦୧୨ରେ ମୁମ୍ବାଇର ଏକ ରେସ୍ତୁରାଁରେ ଏ ଦୁହିଁଙ୍କୁ ଦେଖାଯିବାପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଅର୍ଜୁନ ଓ ହୁମା ହେଉଛନ୍ତି ଲଭ୍‌ ବାର୍ଡସ। ଦୁହେଁ କିଛି ମାସ ପାଇଁ ଡେଟିଂ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ପରେ ଉଭୟଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା।

ସମ୍ବନ୍ଧିତ ଖବର