ପ୍ରଥମ ବିବାହ ବାର୍ଷିକୀ ଅବସରରେ ପ୍ରିୟଙ୍କାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି ନିକ୍‌, ଏଭଳି କରିବେ ପାଳନ

ମୁମ୍ବାଇ : ଗତବର୍ଷ ଡିସେମ୍ବର ୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଓ ନିକ୍‌ ଜୋନ୍‌ସ । ଦୁହିଁଙ୍କ ବିବାହକୁ ଏବେ ବର୍ଷେ ପୂରିବାକୁ ଥିବା ବେଳେ ବିବାହ ବାର୍ଷିକକୁ ଖାସ୍‌ କରିବା ପାଇଁ ନିକ୍‌ ଯୋଜନା ଆରମ୍ଭ କରିଛନ୍ତି । ବିବାହକୁ ବର୍ଷେ ପୂରିବା ଦିନ ସେ ପ୍ରିୟଙ୍କାଙ୍କୁ ଖୁସି କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ସାମ୍ନାକୁ ଆସିଛି। ତେବେ ପ୍ରିୟଙ୍କାଙ୍କୁ ସର୍‌ପ୍ରାଇଜ୍‌ ଦେବା ପାଇଁ ଚାହୁଁଥିବାରୁ ନିଜର ଯୋଜନା ବିଷୟରେ ସେ କିଛି ବି କହିବାକୁ ମନା କରି ଦେଇଛନ୍ତି । କେବଳ ସେଦିନ ସେ ପ୍ରିୟଙ୍କାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଥିବା କଥା ସ୍ପଷ୍ଟ କରିଛନ୍ତି ।

Image result for nick-jonas-talks-about-his-special-plans-for-wifey-priyanka-chopra-on-first-wedding-anniversary
Times of India

ସୂଚନା ମୁତାବକ, ଡିସେମ୍ବର୨, ୨୦୧୮ରେ ଯୋଧପୁରର ଉମୈଦ ଭବନରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ହୋଇଥିଲା । ବିବାହରେ ପ୍ରିୟଙ୍କା ପିନ୍ଧିଥିବା ପୋଷାକ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ପରେ ଦୁହିଁଙ୍କ ବିବାହର ଭୋଜିକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । ବିବାହ କାର୍ଯ୍ୟ ଶେଷ କରି ପ୍ରିୟଙ୍କା-ନିକ୍‌ ଆମେରିକା ଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର