ଭାବି ପତିଙ୍କ ସନ୍ତାନକୁ ଜନ୍ମ ଦେଲେ ଆମି ଜାକ୍‌ସନ, ଇନ୍‌ଷ୍ଟାରେ ସେୟାର୍‌ କଲେ ନବଜାତ ପୁତ୍ରର ଫଟୋ ସହ ନାମ

ନୂଆଦିଲ୍ଲୀ: ହଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ଆମି ଜାକ୍‌ସନ ଏକ ପୁତ୍ର ସନ୍ତାନର ଜନନୀ ସାଜିଛନ୍ତି। ସେ ତାଙ୍କ ଭାବି ସ୍ୱାମୀ ଜର୍ଜ ପନାୟୀଓଟୁଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତ୍ରୀ ଆମି ତାଙ୍କ ନବଜାତକ ଶିଶୁ ଓ ସ୍ୱାମୀଙ୍କ ସହ ସୋସିଆଲ୍‌ ମିଡିଆରେ ତାଙ୍କର ଏକ ଫଟୋ ସେୟାର୍‌ କରିଛନ୍ତି। ଫଟୋଟି ସେୟାର୍‌ କରି ‘ଆମ ଆଞ୍ଜେଲ୍‌କୁ ସ୍ୱାଗତ’ ବୋଲି କ୍ୟାପ୍‌ସନ ଦେଇଛନ୍ତି।

 

 

View this post on Instagram

 

Our Angel, welcome to the world Andreas 💙

A post shared by Amy Jackson (@iamamyjackson) on

ଫଟୋରେ ଦେଖିବାକୁ ମିଳିଛି ଆମି ହସ୍ପିଟାଲ୍‌ର ଖଟିଆ ଉପରେ ଶୋଇକି ତାଙ୍କ ନବଜାତ ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି ଓ ଜର୍ଜ ଆମିଙ୍କ ମଥାରେ ଚୁମ୍ବନ ଦେଉଛନ୍ତି। ଏହି ସ୍ୱତନ୍ତ୍ର ମୁହୂର୍ତ୍ତକୁ ଆମି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେୟାର୍‌ କରିଛନ୍ତି।

ଆମି ପୂର୍ବରୁ ତାଙ୍କ ଶିଶୁର ଳିଙ୍ଗ ସହ ନାମ ବି ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥିଲେ। ଏବେ ଶିଶୁଟି ଜନ୍ମ ହେବା ପରେ ଆମି ତା’ର ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ତାଙ୍କର ଏହି ପୋଷ୍ଟ୍‍ରେ ବହୁ ବ୍ୟବହାରକାରୀ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର