ଦୀପିକାଙ୍କୁ ମହଙ୍ଗା ପଡ଼ିଲା ଫିଟନେସ୍‌ ଚାଲେଂଜ୍‌!

ମୁମ୍ବାଇ: କିଛି ଦିନ ତଳେ କ୍ରିକେଟର ବିରାଟ କୋହଲୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଫିଟ୍‌ନେସ୍‌ ଚାଲେଂଜ୍‌ ପାଇଁ ନାମାଙ୍କନ କରିଥିଲେ। ଆଜିକାଲି ଫିଟ୍‌ନେସ୍‌ ଚାଲେଂଜ୍‌ ସୋସିଆଲ୍‌ ମିଡ଼ିଆରେ ଟ୍ରେଣ୍ଡ୍‌ କରୁଛି। ବଲିଉଡ଼୍‍ ଷ୍ଟାର୍‌ମାନଙ୍କର ବି ଏଥିପାଇଁ ଖୁବ୍‌ କ୍ରେଜ୍‌ ଅଛି। ଖାଲି ସେତିକି ନୁହେଁ ,ଏହି ଚାଲେଂଜ୍‌କୁ ସ୍ୱୀକାର କରି ନିଜର ଏକ ଭିଡ଼ିଓ ପ୍ରଶଂସକମାନଙ୍କ ସହିତ ମଧ୍ୟ ସେଆର୍‌ କରିଛନ୍ତି।
ଏଇ ନିକଟରେ ଦୀପିକା ପାଦୁକୋନ୍‌ ମଧ୍ୟ ଫିଟ୍‌ନେସ୍‌ ଚାଲେଂଜ୍‌କୁ ସ୍ୱୀକାର କରିଥିଲେ। ସେ ପି.ଭି.ସିନ୍ଧୁଙ୍କ ଚାଲେଂଜ୍‌କୁ ସ୍ୱୀକାର କରି ଇନ୍‌ଷ୍ଟା ଟ୍ଵିଟରରେ ଜଗିଂ କରୁଥିବାର ଏକ ଭିଡ଼ିଓ ସେଆର୍‌ କରିଛନ୍ତି। ଦୀପିକା ପାଦ୍ୟୁକୋନ୍‌ ନିଜର ଭିଡ଼ିଓ ସେଆର୍‌ କରି ସେଥିରେ ଲେଖିଥିଲେ -ମୁଁ ଫିଟ୍‌ନେସ୍‌ ପାଇଁ ଖୁବ୍‌ ପିପାସୁ ଓ ଆଜିକାଲି ମୋର ନୂଆ ଇଛା ହେଲା ଦୌଡ଼ିବା। ଧନ୍ୟବାଦ ପି.ଭି .ସିନ୍ଧୁ। କିନ୍ତୁ ଦୀପିକା ପାଦୁକୋନ୍‌ଙ୍କ ଫିଟ୍‌ନେସ୍‌ ଭିଡ଼ିଓକୁ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ କରାଯାଉଥିବା ଜଣା ଯାଇଛି।

ଦୀପିକାଙ୍କର ଏହି ଭିଡ଼ିଓ ଅବଶ୍ୟ ଦୁଇ ସପ୍ତାହ ପୁରୁଣା। ଏହି ଟ୍ରୋଲ୍‌କୁ ନେଇ ଦୀପିକା ପାଦୁକୋନ୍‌ ଖୁବ୍‌ ବିରକ୍ତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର