ଫିଟ୍‌ ନେସ୍‌ ପାଇଁ ସୈଫ୍‌ ଓ କରୀନା କରନ୍ତି ଏହି ଯୋଗାସନ

ବଲିଉଡର ତାରକା ଦମ୍ପତି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁର ଖାନ୍‌ ନିଜକୁ ଫିଟ୍‌ ରଖିବା ପାଇଁ ଓ୍ଵାର୍କ ଆଉଟ୍‌,ଉପଯୁକ୍ତ ଆହାର ସହିତ ନିୟମିତ ରୂପେ ଯୋଗାଭ୍ୟାସ ବି କରିଥା’ନ୍ତି। କରିନା ଓ ସୈଫ୍‌ ଯୋଗ ପ୍ରଶିକ୍ଷକ ପାୟଲ ଗିଡଓ୍ଵାନୀଙ୍କ ଠାରୁ ଅଲଗା ଅଲଗା ପ୍ରଶିକ୍ଷଣ ନେଇଥାନ୍ତି। ଏ ଦୁହେଁ ଅନେକ ଥର ଯୋଗାଭ୍ୟାସର ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ସେଆର୍‌ କରିଛନ୍ତି।

ନିକଟରେ ସୈଫ୍‌ ଓ କରିନା କେଉଁ ଆସନ କରିଥାନ୍ତି,ତା’ର ଖୁଲାସା କରିଛନ୍ତି।ସେ ଦୁହେଁ ସହଜ ପ୍ରାଣାୟାମ ,ବହମ ମୁଦ୍ରା ଓ କପାଳଭାତି ପ୍ରାଣାୟାମ ନିୟମିତ ଭାବେ କରିଥାନ୍ତି।

ସହଜ ପ୍ରାଣାୟାମ: ଏହି ଆସନ କରିବା ଲାଗି ପିଠିକୁ ତଳକରି ଜରି ଉପରେ ଶୁଅନ୍ତୁ। ଦୁଇ ହାତକୁ ଉପରକୁ ଉଠାନ୍ତୁ ଓ ଜୋରରେ ନିଃଶ୍ୱାସ ନିଅନ୍ତୁ। ଏହାପରେ ନିଃଶ୍ୱାସ ଛାଡି ପୁଣି ପୂର୍ବସ୍ଥିତିକୁ ଆସନ୍ତୁ। ଏହି ଚକ୍ରକୁ ୨/୩ ଥର କରନ୍ତୁ।

ବହମ ମୁଦ୍ରା: ଏହି ଯୋଗାସନ ପାଇଁ ପ୍ରଥମେ ପଦ୍ମାସନ ବା ବହାସନରେ ବସନ୍ତୁ। ତା’ପରେ ବେକକୁ ସିଧା କରି କିଛି ସେକେଣ୍ଟପାଇଁ ସ୍ଥିର ରହନ୍ତୁ ଓ ପୁଣି ସିଧା ଡାହାଣ ପଟକୁ ନିଅନ୍ତୁ। ମୁଣ୍ଡକୁ ୨-୩ ଥର କ୍ଲକ୍‌ ଓ୍ଵାଇଜ୍‌ ବୁଲାନ୍ତୁ ଓ ପୁଣି ବିପରୀତ ଭାବେ ତାହା କରନ୍ତୁ।

କପାଳଭାତି ପ୍ରାଣାୟମ:ଏହି ଆସନ କରିବା ଲାଗି ଆରାମଦାୟକ ସ୍ଥିତିରେ ବସନ୍ତୁ ଓ ମୁଣ୍ଡ ତଥା ମେରୁଦଣ୍ଡକୁ ସିଧା ରଖନ୍ତୁ। ତା’ପରେ ଆଖିକୁ ବନ୍ଦ କରନ୍ତୁ ଓ ଦୁଇ ନାକ ପଟେ ଗଭୀର ନିଃଶ୍ୱାସ ନିଅନ୍ତୁ ଓ ନିଃଶ୍ୱାସ ଛାଡ଼ନ୍ତୁ। ଏହି ଚକ୍ରକୁ ୨-୩ ଥର ଦୋହରାନ୍ତୁ।

ସମ୍ବନ୍ଧିତ ଖବର