ଏହି ୪ଟି କଥା ଫିଲ୍ମ ‘୨.୦’କୁ ରିଲିଜ୍‌ ପୂର୍ବରୁ କରିଥିଲା ସୁପରହିଟ୍‌, ବଢ଼ାଇଥିଲା ଦେଖିବାର ଉତ୍ସାହ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ସୁପରହିଟ୍‌ ଫିଲ୍ମ ‘୨.୦’ ଏବେ ସବୁ ସିନେମା ହଲରେ ରିଲିଜ୍‌ ହୋଇ ସାରିଛି । ରିଲିଜ୍‌ ପରେ ପରେ ହିଁ ଫିଲ୍ମଟି ଦର୍ଶକଙ୍କ ମନ ଜିଣିଥିବା ବେଳେ ଏହା ପୂର୍ବ ସବୁ ଫିଲ୍ମର ରେକର୍ଡ଼ ଭାଙ୍ଗିବ ବୋଲି ଆଶା କରାଯାଉଛି । ତେବେ ଫିଲ୍ମରେ ଥିବା ଏହି ୪ଟି ଭିନ୍ନ ଜିନିଷ ଫିଲ୍ମର ଲୋକପ୍ରିୟତା ବଢ଼ାଇ ଦେଇଛି । ଆସନ୍ତୁ ଜାଣିବା ସେହି ୪ଟି ଜିନିଷ ବିଷୟରେ….

୧.ଫିଲ୍ମରେ ରଖାଯାଇଥିବା କାହାଣୀ ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମର କାହାଣୀଠାରୁ ସଂପୂର୍ଣ୍ଣ ଭିନ୍ନ । ଫିଲ୍ମରେ ମୋବାଇଲ ଫୋନର ରାଡ଼ିଏସନରୁ ପକ୍ଷୀମାନଙ୍କୁ କେତେ ଅସବୁିଧା ହୋଇଥାଏ ସେ ବିଷୟରେ ଦେଖାଯାଇଥିବା ବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି ।
୨.ଫିଲ୍ମ ୨.୦ରେ ଅଭିନେତା ଅକ୍ଷୟ କୁମାରଙ୍କ ଲୁକ୍‌ ପୂର୍ବ ସମସ୍ତ ଫିଲ୍ମର ଲୁକ୍‌ଠାରୁ ଭିନ୍ନ ରହିଛି । ଅକ୍ଷୟଙ୍କ ମେକ୍‌ଅପ୍‌ କରିବା ପାଇଁ ଦୁଇ ଘଣ୍ଟା ସମୟ ଲାଗୁଥିବା ବେଳେ ତାଙ୍କ ଲୁକ୍‌ ସମସ୍ତଙ୍କୁ ପସନ୍ଦ ଆସୁଥିବା ଦେଖାଯାଇଛି ।

Times Now Hindi

୩.ଫିଲ୍ମ ୨.୦ ଭାରତର ସବୁଠାରୁ ବଡ଼ ବଜେଟ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଭିଏଫ୍‌ଏକ୍ସ ପାଇଁ ୩୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ଭାରତୀୟ ଫିଲ୍ମରେ ଏ ପର୍ଯ୍ୟନ୍ତ କୌଣସି ଫିଲ୍ମରେ ଭିଏଫ୍‌ଏକ୍ସ ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇ ନାହିଁ ।
୪. ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଅକ୍ଷୟ କୁମାର ସାଉଥ୍‌ ଫିଲ୍ମରେ ଡ଼େବ୍ୟୁ କରୁଛନ୍ତି ।

ସମ୍ବନ୍ଧିତ ଖବର