ଏହି ଫ୍ଲପ ଯୋଡି ପୁଣି ଏକାଠି କାମ କରିବେ

ମୁମ୍ବାଇ: ବଲିଉଡ଼୍‍ର ଆଉ ଏକ ରିଲ ଓ ରିଅଲ୍‌ ଯୋଡ଼ି ହେଲେ ସୁଶାନ୍ତ ସିଂହ ରାଜପୁତ ଓ କ୍ରିତି ସାନନ୍‌। ଏହି ଯୋଡ଼ିଙ୍କର ଆଫେଆର୍‌ ଏବେ ବି ଚର୍ଚ୍ଚାରେ ରହିଛି। ସୁଶାନ୍ତ-କ୍ରିତି ଯୋଡ଼ିକୁ ଗୋଟିଏ ମାତ୍ର ସିନେମା ‘ରାବ୍‌ତା’ରେ ଦେଖିବାକୁ ମିଳିଥିଲା,ଯାହା ଫ୍ଲପ୍‌ ହୋଇଥିଲା। ଏବେ ଯେଉଁ ଫିଲ୍ମରେ ଏହି ଯୋଡ଼ି ପୁଣି କାମ କରିବାକୁ ଯାଉଛନ୍ତି,ତାହା ଏକ ହଲିଉଡ଼୍‍ ଫିଲ୍ମ ‘ଡ଼ାର୍ଟି ଡ଼ାନ୍‌ସିଂ’ର ରିମେକ୍‌। ଗତବର୍ଷ ଲାୟନସ୍‌ ଗେଟ୍‌ ଟେଲିଭିଜନ୍‌ ଏହାର ନିର୍ମାଣ କରିଥିଲେ। ନୃତ୍ୟ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ।

ଏଠାରେ ସୂଚନାଯୋଗ୍ୟ ଯେ ଟାଇଗର-ଦିଶା ଯୋଡ଼ିକୁ ନେଇ ‘ଡ଼ାର୍ଟି ଡ଼ାନ୍‌ସିଂ’ର ରିମେକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ ପ୍ରଯୋଜକ। କିନ୍ତୁ ଉଭୟ ଟାଇଗର୍‌ ଓ ଦିଶା ଏବେ ସେମାନଙ୍କର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଥିବା ହେତୁ ଏହି ଅଫର୍‌କୁ ହାତଛଡ଼ା କରିଥିବାର ଚର୍ଚ୍ଚା ହେଉଛି।ଅନ୍ୟପକ୍ଷରେ ଏକଥା ବି ଚର୍ଚ୍ଚା ହେଉଛି ଯେ ଏହି ପ୍ରେମୀଯୁଗଳଙ୍କ ସଂପର୍କ ଭଲ ନାହିଁ ଯେଉଁଥିପାଇଁ ସେମାନେ ଏକାଠି କାମ କରିବାକୁ ରାଜି ହେଉନାହାନ୍ତି।


ଟାଇଗର୍‌ ଶ୍ରଫ୍‌ ଏବେ କରଣ ଜୋହାରଙ୍କ ‘ଦ ଷ୍ଟୁଡ଼େଣ୍ଟ୍‌ ଅଫ୍‌ ଦ ଇଅର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତା’ପରେ ସେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହିତ ‘ଭାରତ’ ଫିଲ୍ମରେ କାମ କରୁଛନ୍ତି। ତେଣେ ଦିଶା ପଟାନି ତାଙ୍କର ନୂଆ ତାମିଲ୍‌ ସିନେମା ‘ସଂଘମିତ୍ରା’ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି କାରଣରୁ ଏହି ଦୁଇ କଳାକାରଙ୍କ ହାତରୁ ଖସିଯାଇଛି ସେହି ସିନେମାଟି।

ସମ୍ବନ୍ଧିତ ଖବର