ଶାହାରୁଖ୍ ଖାନ୍ ଯେଉଁ ନାୟିକାଙ୍କ ସହ ସଫଳ ଯୋଡି ବନାଇ ନାହାନ୍ତି ,ସେମାନଙ୍କ ସଂପର୍କରେ ଜାଣନ୍ତୁ
ଶାହାରୁଖ୍ ଖାନ୍-ଶ୍ରୀଦେବୀ:- ୧୯୯୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆର୍ମି’ରେ ପ୍ରଥମଥର ପାଇଁ ଶାହାରୁଖ୍ ଖାନ୍-ଶ୍ରୀଦେବୀଙ୍କ ଯୋଡ଼ି ଦର୍ଶକ ଦେଖିବାକୁ ପାଇଥିଲେ। ନିତିନ ମନମୋହନ ଓ ମୁକୁଲ ଆନନ୍ଦଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ରାମ ସେଟ୍ଟୀ।ଏହି ଫିଲ୍ମର କଥା ବସ୍ତୁ ଅନୁଯାୟୀ,ମେଜର ଅର୍ଜୁନ ସିଂହ (ଶାହାରୁଖ୍ ଖାନ୍)ଙ୍କୁ ପ୍ରେମ ବିବାହ କରିଥିଲେ ଗୀତା(ଶ୍ରୀଦେବୀ)। ହେଲେ ଗ୍ୟାଙ୍ଗ୍ ଷ୍ଟାର୍ ନାଗ୍ରାଜ ଅର୍ଜୁନଙ୍କୁ ହତ୍ୟା କରିଥିଲେ। ସ୍ୱାମୀ ହତ୍ୟାର ପ୍ରତିଶୋଧ ନେଉଛନ୍ତି ଗୀତା। କିନ୍ତୁ ‘ଆର୍ମି’ ବକ୍ସ୍ ଅଫିସ୍ରେ ଧମାଲ୍ କରିପାରିନଥିଲା।ଏହା ସୁପର ଫ୍ଲପ୍ ହୋଇଥିଲା।
ଶାହାରୁଖ୍ ଖାନ୍-ରବିନା ଟଣ୍ଡନ:- ବଲିଉଡ଼୍ ର ଅନ୍ୟ ଏକ ଯୋଡ଼ି ହେଲେ ଶାହାରୁଖ୍ ଖାନ୍-ରବିନା ଟଣ୍ଡନଙ୍କ ଯୋଡ଼ି।ଏହି ଯୋଡ଼ିକୁ ଦର୍ଶକ ‘ୟେ ଲମ୍ହେ’ ଓ ‘ଜମାନା ଦିଓ୍ଵାନା’ ସିନେମାରେ ଦେଖିବାକୁ ପାଇଛନ୍ତି। କିନ୍ତୁ ଦୁଇଟି ଯାକ ସିନେମା ସୁପର ଫ୍ଲପ୍ ହୋଇଥିଲା।ଏହାପରେ ଶାହାରୁଖ୍ ଅନ୍ୟ ନାୟିକାଙ୍କ ସହିତ କାମ କରିଥିଲେ ଏବଂ ରବିନା ଟଣ୍ଡନ ଅନ୍ୟ ନାୟକଙ୍କ ବିପକ୍ଷରେ ନାୟିକା ସାଜି ସଫଳତା ହାସଲ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶାହାରୁଖ୍-ସୋନାଲି ବେନ୍ଦ୍ରେ:- ସୁପରଷ୍ଟାର୍ ଶାହାରୁଖ୍ ଖାନ୍ ସେକ୍ସି ସୋନାଲି ବେନ୍ଦ୍ରେଙ୍କ ସହ ଦୁଇଟି ସିନେମାରେ ନଜର ଆସିଥିଲେ।ଏହି ଯୋଡ଼ିରପ୍ରଥମ ଫିଲ୍ମ ହେଲା ‘ଇଂଲିଶ୍ ବାବୁ ଦେଶୀ ମେସ୍’।ଯାହା ସୁପରଫ୍ଲପ୍ ହୋଇଥିଲା।ତା’ପରେ ଶାହାରୁଖ୍ ଖାନ୍-ସୋନାଲି ବେନ୍ଦ୍ରେ ପୁଣିଥରେ ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ‘ଡ଼ୁପ୍ଲିକେଟ୍’ରେ ନଜର ଆସିଥିଲେ।ଏଥିରେ ଅବଶ୍ୟ ଜୁହି ଚାଓ୍ଵଲା ବି ଥିଲେ ।ଡ଼ୁପ୍ଲିକେଟ୍ ବି ଫ୍ଲପ୍ ହୋଇଥିଲା।