ଦୋଷାର ନାମ ଦୀପିକା ପାଦୁକୋନ! ଏମିତି ପ୍ରତିକ୍ରିୟା ରଖିଲେ ସ୍ୱାମୀ ରଣବୀର ସିଂହ

ମୁମ୍ବାଇ: ଦୋଷା ହେଉଛି ଦକ୍ଷିଣ ଭାରତୀୟଙ୍କର ଏକ ପ୍ରମୁଖ ଖାଦ୍ୟ। ଏହି ଖାଦ୍ୟଟି ଏବେ ବିଭିନ୍ନ ଭାରତୀୟ ରେଷ୍ଟୁରାଣ୍ଟ୍‌ ସହ ବିଦେଶୀ ରେଷ୍ଟୁରାଣ୍ଟ ଓ ହୋଟେଲ୍‌ଗୁଡ଼ିକରେ ବି ଦେଖିବାକୁ ମିଳୁଛି। ଧୀରେ ଧୀରେ ବିଶ୍ୱରେ ଭାରତୀୟ ରେଷ୍ଟୁରାଣ୍ଟ୍‌ ଓ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ତେବେ, ଆଜି ଦୋଷା ସଂପର୍କରେ ଏତେ କଥା କହିବାର କାରଣ ଭିନ୍ନ। ଦୋଷା ଏବେ ବିଦେଶରେ ଦକ୍ଷିଣ ଭାରତୀୟ ଖାଦ୍ୟ ଭାବେ ନୁହେଁ ବରଂ ଦୀପିକା ପାଦୁକୋନଙ୍କ ନାମ ସାହାରରେ ପ୍ରସିଦ୍ଧ ହେବାରେ ଲାଗିଛି।

କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏକ ଏକଦମ ସତ। ଆପଣ ଦେଖିପାରୁଥିବେ ଯେ ଟୁଇଟର୍‌ରେ ଏକ ମେନୁରେ ଦୀପିକା ପାଦୁକୋନ ନାମରେ ଏକ ଦୋଷା ସ୍ଥାନ ପାଇଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ଆମେରିକାର ଏକ ରେଷ୍ଟୁରାଣ୍ଟ୍‌ ଏକ ଦୋଷାର ନାମ ରଖିଛି ଦୀପିକା ପାଦୁକୋନ।

ହଲିଉଡ୍‌ରେ ଲୋକପ୍ରିୟତା ହାସଲ କରିବା ପରେ ଦୀପିକା ପାଦୁକୋନ ଏବେ ପୂରା ବିଶ୍ୱରେ ଏକ ଚିହ୍ନା ଚେହେରା। ଦୀପିକା ପାଦୁକୋନ ଉକ୍ତ ରେଷ୍ଟୁରାଣ୍ଟର ମେନୁ ସେୟାର କରିଥିବା ବେଳେ ଏହାକୁ ନିଶ୍ଚୟ ଖାଇବି ବୋଲି ଟୁଇଟ୍‌ରେ କହିଛନ୍ତି ତାଙ୍କ ସ୍ୱାମୀ ରଣବୀର ସିଂହ।

ସମ୍ବନ୍ଧିତ ଖବର