ଟିକ୍‌ ଟକ୍‌ ଭିଡିଓ ଜରିଆରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତା ଏଜାଜ୍‌ ଖାନ୍‌

ମୁମ୍ବାଇ : ବିଗ୍‌ ବସ୍‌ର ପୂର୍ବ ପ୍ରତିଯୋଗୀ ତଥା ଅଭିନେତା ଏଜାଜ୍‌ ଖାନ୍‌ଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି । ମ୍ୟୁଜିକାଲ ଆପ୍‌ ଟିକ୍‌ ଟକ୍‌ ଜରିଆରେ ବିବାଦୀୟ ଭିଡିଓ  ପ୍ରସାରିତ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାକୁ ନେଇ ପ୍ରଥମେ ପଚରାଉଚରା କରିବା ପାଇଁ ତାଙ୍କୁ ଡ଼କାଇଥିଲା ପୁଲିସ । ପଚରାଉଚରା ପରେ ଦୋଷୀ ସାବ୍ୟସ୍ତ ହେବାରୁ ଏବେ ମୁମ୍ବାଇର ସାଇବର କ୍ରାଇମ ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କୁ ଧାରା ୧୫୩ଏ ଏବଂ ଧାରା ୬୭ ଅନୁଯାୟୀ ଗିରଫ କରାଯାଇଥିବା ବେଳେ ଖୁବ୍‌ ଶୀଘ୍ର ତାଙ୍କୁ ଅଦାଲତରେ ହାଜର କରାଯିବ ।

Firstpost

ସୂଚନା ମୁତାବକ, ଏଜାଜ୍‌ ଝାରଖଣ୍ଡରେ ଭିଡ ହିଂସାରେ ମୃତ୍ୟୁବରଣ କରିଥିବା ତବ୍‌ରେଜ ଅନ୍‌ସାରୀଙ୍କ ମୃତ୍ୟୁକୁ ନେଇ ଅନ୍ୟ ଟିକ୍‌ ଟକ୍‌ ଷ୍ଟାରଙ୍କ ସହ ମିଶି ଭିଡିଓ ତିଆରି କରିଥିଲେ । ଭିଡିଓରେ, ଜଣେ ମୁସ୍‌ଲିମ୍‌କୁ ବିନା କାରଣରେ ହତ୍ୟା କରାଯାଇଛି । ଏବେ କେହି ଆତଙ୍କବାଦୀ ହେଲେ କିଛି କହିବନି ବୋଲି ଏଜାଜ୍‌ କହୁଥିବା ଦେଖା ଯାଇଛି । ଏହି ଭିଡିଓଟି ଜୁନ୍‌ ୨୮ରେ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏବେ ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଏଜାଜ୍‌ଙ୍କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର