ନୂଆଦିଲ୍ଲୀ: କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ଖାନ ଜେଲ୍ ଯିବା ପରେ ସାରା ଦେଶ ଦୁଃଖରେ ଥିବା ବେଳେ ନିଜର ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ସୋଫିଆ ହାୟତ। ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ସେସିଆଲ୍ ମିଡିଆରେ ସୋଫିଆ ଏକ ଦୀର୍ଘ ପୋଷ୍ଟ୍ ଜରିଆରେ ନିଜର ମନ କଥା ବ୍ୟକ୍ତ କରିଛନ୍ତି। ତାହାର ସାରାଂଶ ନିମ୍ନରେ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
‘ଶେଷରେ କର୍ମର ଫଳ ସମସ୍ତଙ୍କୁ ମିଳେ। ଅନେକ ଲୋକ ସଲମାନଙ୍କ ବିଷୟରେ ମୁହଁ ଖୋଲିବାକୁ ଡରନ୍ତି, କାହିଁକି ନା ସେମାନେ ଭାବନ୍ତି ବଲିଉଡ୍କୁ ସଲମାନ ଆୟତ୍ତ କରନ୍ତି। ମାତ୍ର ମୁଁ ତାଙ୍କ ବିପକ୍ଷରେ କହିବାକୁ ଭୟ କରୁନାହିଁ। ମୁଁ ଏଥିନେଇ ବହୁତ ଖୁସି ଯେ ସଲମାନ ଜେଲ୍ ଯାଇଛନ୍ତି। ପ୍ରାଣୀମାନେ ପୃଥିବୀ ପାଇଁ ନିହାତି ଜରୁରୀ। ସଲମାନ ଯାହା କରିଛନ୍ତି କେବଳ ନିଜ ଗୁରୁତ୍ୱ ପାଇଁ କରିଛନ୍ତି। ସମାଜ ତାଙ୍କଠାରୁ କି ଶିକ୍ଷା ପାଇଲା? କ’ଣ ସେ ଜଣେ ସେଲିବ୍ରେଟି ବୋଲି ସବୁ କିଛି କରିପାରିବେ? ଅନେକ ସେବା ଧର୍ମ କରନ୍ତି କେବଳ ନିଜ କର୍ମର ପ୍ରାୟଶ୍ଚିତ ପାଇଁ।’ ଶେଷରେ ସେ ‘ହିନ୍ଦୁୁସ୍ଥାନ ଜିନ୍ଦାବାଦ୍’ ଲେଖି ନିଜର ପୋଷ୍ଟ ସମାପ୍ତ କରିଛନ୍ତି।