ବଲିଉଡ ଅପେକ୍ଷା ହଲିଉଡକୁ କାହିଁକି ଅଧିକ ପସନ୍ଦ କରନ୍ତି ଏହି ନାୟିକା?

ମୁମ୍ବାଇ: ‘ସ୍ଲମଡଗ୍‌ ମିଲେନିୟର୍‌’ ଫିଲ୍ମରେ ଅଭିନୟ କରି ରାତାରାତି ଚର୍ଚ୍ଚିତା ହୋଇଥିବା ଅଭିନେତ୍ରୀ ଫ୍ରୀଡ଼ା ପିଣ୍ଟୋ ଏବେ ବଲିଉଡ ଫିଲ୍ମ ‘ଲଭ ସୋନିୟା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର କାହାଣୀ ହ୍ୟୁମାନ ଟ୍ରାଫିକିଙ୍ଗ୍‌ ଉପରେ ଆଧାରିତ।

‘ଲଭ୍‌ ସୋନିଆ’ରେ ଫ୍ରୀଡାଙ୍କ ଅଭିନୀତ ଚରିତ୍ରଟି ଭିନ୍ନ ଓ ଏଥିରେ ଦର୍ଶକ ତାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ପାଇବେ। ସେ କହିଛନ୍ତି ଯେ ଉଭୟ ସିନେମାରେ ତାଙ୍କ ଚରିତ୍ର ଏକଦମ୍‌ ଭିନ୍ନ। କୌଣସି ପ୍ରକାରର ସମାନତା ନାହିଁ।

‘ସ୍ଲମଡଗ୍‌ ମିଲେନିୟର’ ପରେ ତାଙ୍କ ପାଖକୁ ବେଶ୍‌ କେତୋଟି ଫିଲ୍ମର ଅଫର୍‌ ଆସିଥିଲା, ହେଲେ ସେ ତାକୁ ଗ୍ରହଣ କରିନଥିଲେ ବୋଲି କହିଛନ୍ତି ଫ୍ରୀଡ଼ା ପିଣ୍ଟୋ।

ଫ୍ରୀଡ଼ା କହିଛନ୍ତି ଯେ ହଲିଉଡରେ ବଲିଉଡ ସଂପର୍କରେ ଏକ ଧାରଣା ରହିଛି। ସେଠି ବଲିଉଡ ଫିଲ୍ମମାନେ କେବଳ ନାଚ-ଗୀତ ଓ ମସଲାଦାର ମନୋରଂଜନ ବୋଲି ସମସ୍ତଙ୍କର ଧାରଣା।

ଏଥିପାଇଁ ସେ ବଲିଉଡ ଅପେକ୍ଷା ହଲିଉଡକୁ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି ଫ୍ରୀଡା ପିଣ୍ଟୋ।

ସମ୍ବନ୍ଧିତ ଖବର