ଏହି କାରଣରୁ ସଲମାନଙ୍କ ଉପରେ ଲାଗିପାରେ ପ୍ରତିବନ୍ଧକ

ମୁମ୍ବାଇ : ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତିର ବାତାବରଣ ଥିବା ବେଳେ ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ ପାକିସ୍ତାନରେ ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କର ଏଭଳି କାମକୁ ଦେଶ ବିରୋଧି ଆଖ୍ୟା ଦିଆଯିବା ସହ ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କସ୍‌ ଆସୋସିଏସନ୍‌ ଓ ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ନ ଇଣ୍ଡିଆ ସିନେ ଏମ୍ଲୋଇଜ୍‌ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ବଢ଼ୁଥିବା ବିବାଦକୁ ଦେଖି ଭାରତ ଫେରିବା ପରେ ‘ଭାରତ ମାତା କି ଜୟ’ କହିବା ସହ କ୍ଷମା ମାଗିଥିଲେ ମିକା ।

ତେବେ ମିକାଙ୍କ ଉପରେ ପ୍ରତିବନ୍ଧକ ଲାଗିଥିବା ଜାଣି ମଧ୍ୟ ସଲମାନ ଖାନ୍‌ ତାଙ୍କ ସହ କାମ କରିବାକୁ ଯାଉଥିବା ଜଣା ପଡ଼ିଛି । ଆଗାମୀ ସପ୍ତାହରେ ସେ ମିକାଙ୍କ ସହ ଏକ କାର୍ଯ୍ୟକ୍ରମ କରିବାକୁ ଯାଉଥିବା ଜାଣି ଏଭଳି କଲେ ତାଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯିବ ବୋଲି ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ନ ଇଣ୍ଡିଆ ସିନେ ଏମ୍ଲୋଇଜ୍‌ ପକ୍ଷରୁ କୁହାଯାଇଛି ।

Image result for fwice-member-says-salman-khan-will-be-banned-if-he-works-with-mika-singh
Bollywood Life

ସୂଚନା ମୁତାବକ, ଆଗାମୀ ସପ୍ତାହରେ ଆମେରିକାର ବିଭିନ୍ନ ସହରରେ ‘ଅପ୍‌, କ୍ଲୋଜ୍‌ ଆଣ୍ଡ ପର୍ସନାଲ ଉଇଥ୍‌ ସଲମାନ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଅଗଷ୍ଟ ୨୮ରେ ହଷ୍ଟନ ସହରରେ ମିକା ସଙ୍ଗୀତ ପରିବେଷଣ କରିବେ । ତେବେ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଇଭେଣ୍ଟ କମ୍ପାନୀ ଜୋର୍ଡି ପଟେଲଙ୍କ ପକ୍ଷରୁ କୁହାଯାଇଛି କି, “ଆମେ ଭବେଶ ପଟେଲଙ୍କ ସହ କାମ କରୁଛୁ । ଆମେରିକାର କିଛି ଆଞ୍ଚଳିକ ପ୍ରମୋଟର ମିକାଙ୍କୁ ଡାକିଛନ୍ତି । ସଲମାନଙ୍କ ସହ ତାଙ୍କର କିଛି ସଂପର୍କ ନାହିଁ । ସଲମାନ ତାଙ୍କ ସହ ଷ୍ଟେଜ୍‌ ମଧ୍ୟ ସେୟାର କରିବେ ନାହିଁ” ।

ସମ୍ବନ୍ଧିତ ଖବର