୬ କୋଟି ଟଙ୍କା ଠକେଇର ଶିକାର ହେଲେ ଅଭିନେତା ଗୌତମ

ମୁମ୍ବାଇ : ଘର କିଣିବାକୁ ନେଇ ଅଭିନେତା ଗୌତମ ରୋଡ଼େ ୬କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଗୌତମ ମୁମ୍ବାଇ ପୁଲିସ ଆଗରେ ଅଭିଯୋଗ କରିବା ପରେ ଏହାର ତଦନ୍ତ ଆରମ୍ଭ କରିଛି ପୁଲିସ ।
ସୂଚନା ମୁତାବକ, ଗୌତମ ୨୦୧୬ରେ ଗୋରେଗାଓଁରେ ନିର୍ମାଣଧୀନ ଥିବା ଏକ ୫୩ ମହଲା ବିଲ୍‌ଡ଼ିଂରେ ସେ ୩୧ମହଲାରେ ଏକ ଫ୍ଲାର୍ଟ ନେବେ ବୋଲ ଆଗୁଆ ବୁକିଂ କରିଥିଲେ । ଏଥିପାଇଁ ସେ ୬କୋଟି ଟଙ୍କା ଦେଇଥିଲେ । ବିଲ୍‌ଡ଼ରଙ୍କ ଉପରେ ଭରସା କରି ଗୌତମ ଫ୍ଲାଟ୍‌ କିଣିଥିଲେ । ୫୩ମହଲାର ସବୁ ଫ୍ଲାଟ୍‌ ଡ଼ୁପ୍ଲେକ୍ସ ରକମର ହେବ ବୋଲି କହି ଗୌତମଙ୍କଠାରୁ ୬କୋଟି ଟଙ୍କା ନେଇଥିଲା ବିଲ୍‌ଡ଼ର କମ୍ପାନି ।

FilmiBeat

ହେଲେ, ଗୌତମ କରିଥିବା ଅଭିଯୋଗ ଅନୁଯାୟୀ, ବିଲ୍‌ଡ଼ିଂ ନିର୍ମାଣ ଚାଲିଥିବା ବେଳେ ୧୪ମହଲାରୁ ଆଉ ଉପରକୁ ଯାଇ ନଥିଲା । ଯାହା ପରେ ଗୌତମଙ୍କ ମନରେ ସନ୍ଦେହ ଉପୁଜିଥିଲା । ଏହା ପରେ ସେ ବିଲ୍‌ଡ଼ରଙ୍କୁ ଦେଖା କରିବା ସହ ନିଜ ଟଙ୍କା ଫେରାଇ ଦେବାକୁ କହିଥିଲେ । କିନ୍ତୁ ସେମାନେ ଟଙ୍କା ନ ଫେରାଇବାରୁ ଗୌତମ ପୁଲିସରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର