ଧନ୍ୟବାଦ୍‌ ଭଗବାନ! ମୋତେ ବଞ୍ଚାଇ ଦେଲ: ଜାଣନ୍ତୁ କ’ଣ ପାଇଁ ଏପରି କହିଲେ କଙ୍ଗନା ରାନାଓ୍ଵତ

ମୁମ୍ବାଇ : ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ଵତ୍‌ କେତେ ସାହସୀ ତାହା ସମସ୍ତଙ୍କୁ ଜଣା । ବଲିଉଡ୍‌ରେ କେହି ଗଡ଼୍‍ଫାଦର ନ ଥିବା ବେଳେ ନିଜର ସ୍ଥାନକୁ ସୁଦୃଢ଼ କରିବା ପାଇଁ ସେ କେତେ କଷ୍ଟ କରିଥିଲେ ତାହା ପ୍ରାୟ ସସସ୍ତଙ୍କୁ ଜଣା । ଅଭିନୟ ପାଇଁ ନିଜ ଘର ଛାଡ଼ି ଆସି ମୁମ୍ବାଇରେ ଏକା ସଂଘର୍ଷ କରିବା ତାଙ୍କ ପାଇଁ ସହଜ ନ ଥିଲା । କିନ୍ତୁ ଏତେ ସବୁ ପରେ ବି ସେ ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଏବଂ ଆଗଧାଡ଼ିର ନାୟିକା ହୋଇ ପାରିଛନ୍ତି । ସବୁ ବେଳେ ନିଜ ବ୍ୟକ୍ତିଗତ ଜୀବନ ବା ପ୍ରେମ ସଂପର୍କକୁ ନେଇ ଖୋଲାଖୋଲି ଭାବରେ କଥା ହେଉଥିବା କଙ୍ଗନା ଏବେ ନିଜ ବିବାହକୁ ନେଇ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ସବୁ ବେଳେ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା ।

Times Now

ଏଥି ପାଇଁ ଏବେ ସେ ଖୁସି ଅଛନ୍ତି । କିଛି ଲୋକ ଏମିତି ଥିଲେ ଯାହାଙ୍କୁ ମୁଁ ବିବାହ କରିବା ପାଇଁ ଚାହୁଁଥିଲି । କିନ୍ତୁ ତାହା ହୋଇ ପାରିଲା ସମ୍ଭବ ହୋଇ ନ ଥିଲା । ସେ ସମୟରେ ଖରାପ ଲାଗିଥିଲେ ମଧ୍ୟ ପରେ ମୁଁ ଭଗବାନଙ୍କୁ ଧନ୍ୟବାଦ୍‌ ଜଣାଇଥିଲି । ମୁଁ ଚାହୁଁଥିବା ଲୋକକୁ ବିବାହ କରିଥିଲେ କେତେ ଖରାପ ହୋଇଥାନ୍ତା ତାହା ଜାଣି ଭଗବାନ ମୋତେ ବଞ୍ଚାଇ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ୍‌ ଜଣାଇଥିଲି । ଏବେ ମୋ ପାଖରେ ଯାହା ଅଛି ମୁଁ ତାକୁ ନେଇ ବହୁତ ଖୁସି।

ସମ୍ବନ୍ଧିତ ଖବର