ଜାଣନ୍ତୁ କେଉଁ ନୂଆ ରେକର୍ଡ କରିଛି ‘ଗୋଲମାଲ୍‌ ଏଗେନ୍‌’

ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ତଥା ଅଜୟ ଦେବଗନ୍‌, ପରିଣୀତ ଚୋପ୍ରା, ତବୁ, ଶ୍ରେୟସ୍‌ ତଲପେଡ୍‌, ଅରସାଦ୍‌ ଓ୍ଵାରସୀ, କୁନାଏ ଖେମୁ, ତୁଷାର କପୁର ଓ ସଂଜୟ ମିଶ୍ରା ପ୍ରମୁଖ ଅଭିନୀତ କମେଡି ଫିଲ୍ମ ‘ଗୋଲମାଲ୍‌ ଏଗେନ୍‌’ ୨୦୧୭ର ସବୁଠୁଁ ବଡ ବ୍ଲକବଷ୍ଟର ସିନେମାର ମାନ୍ୟତା ପାଇଛି । ଖାଲି ସେତିକି ନୁହେଁ, ଏହା ୭ଟି ନୂଆ ରେକର୍ଡ ମଧ୍ୟ କରିଛନ୍ତି । ଆସନ୍ତୁ ଜାଣିବା ସେ ସଂପର୍କରେ

୨୦୧୭ର ସବୁଠୁଁ ବଡ ଓପନିଂ ମିଳିଥିଲା ‘ଗୋଲମାଲ ଏଗେନ୍‌’ କୁ । ଏହା ହେଉଛି ଏବର୍ଷର ପ୍ରଥମ ସିନେମା, ଯାହା ପ୍ରଥମ ଦିନରେ ହିଁ ୩୦କୋଟି ୧୪ ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ଏହି ହରର କମେଡି ସଲମାନ ଖାନ୍‌ଙ୍କ ଟ୍ୟୁବ୍‌ଲାଇଟ୍‌ କୁ ମଧ୍ୟ ଓପନିଂରେ ପଛରେ ପକାଇବାରେ ସକ୍ଷମ ହୋଇଛି । ଟିଉବ୍‌ଲାଇଟ୍‌ କୁ ୨୧ କୋଟି ୧୫ ଲକ୍ଷ ଟଙ୍କାର ବିଜିନେସ ମିଳିଥିଲା ପ୍ରଥମ ଦିନ ।

photo-hindustantimes

‘ଗୋଲମାଲ ଏଗେନ୍‌’ ର ଅନ୍ୟ ରେକର୍ଡ ହେଲାଯେ ଏହା ୨୦୧୭ର ସବୁଠୁଁ ଶୀଘ୍ର ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଥିବା ସିନେମା । ଏହା ମାତ୍ର ୪ ଦିନରେ ଶହେ କୋଟିର କାରବାର କରିବାରେ ସକ୍ଷମ ହୋଇଥିଲା । ଏହା ଅଜୟ ଦେବଗନ୍‌ଙ୍କ କ୍ୟାରିଅର୍‌ର ସବୁଠୁଁ ବଡ ଓପନିଂ ସାବ୍ୟସ୍ତ ହୋଇଛି । ଏହା ଓଭରସିଜ୍‌ ମାର୍କେଟରେ ୩ କୋଟି ୧୭ ଲକ୍ଷ ଆୟ କରିଛି ।

 

Photo-newstrack,.om

ରୋହିତ ସେଟ୍ଟି ଙ୍କ ଫିଲ୍ମ ‘ଗୋଲମାଲ ଏଗେନ୍‌’ ସଂଜୟ ଲୀଲା ଭସସାଲୀଙ୍କ ‘ ବାଜିରାଓ ମସ୍ତାନୀ ’ର ରେକର୍ଡ ମଧ୍ୟ ବ୍ରେକ୍‌ କରିଛି । ‘ଗୋଲମାଲ ଏଗେନ୍‌’ ୨୦୧୭ର ହାଇଏଷ୍ଟ୍‍ ଓ୍ଵାଲର୍ଡ ଓ୍ଵାଇଡ ଗ୍ରସର ବୋଲି କୁହାଯାଉଥିବା ଶାହାରୁଖ୍‌ ଖାନ୍‌ଙ୍କ ‘ ରାଇସ୍‌’ ର ରେକର୍ଡକୁ ମଧ୍ୟ ବ୍ରେକ୍‌ କରିବାରେ ସକ୍ଷମ ହୋଇଛି । ‘ରାଇସ୍‌’ ୨୮୧ କୋଟି ୪୫ ଲକ୍ଷ ଟଙ୍କାର ବ୍ୟାପାର କରିଥିବା ବେଳେ ଗୋଲମାଲ ଏଗେନ୍‌ ୨୮୭ କୋଟି ଆୟ କରିସାରିଛି ଓ ଏବେ ମଧ୍ୟ ତାହା ଜାରି ରହିଛି ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଗୋଲମାଲ’ ସିରିଜ୍‌ ର ଚାରିଟି ଯାକ ସିନେମା ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି । ସବୁଥିରେ ଅଜୟ ଦେବଗନ୍‌ ଅଛନ୍ତି ,କିନ୍ତୁ ନାୟିକାମାନେ ବଦଳିଛନ୍ତି।

ସମ୍ବନ୍ଧିତ ଖବର