ନେହାଙ୍କୁ କ୍ଷମା ମାଗିଲେ କମେଡି କଳାକାର ଗୌରବ ଓ କିକୁ

ମୁମ୍ବାଇ: ଗାୟିକା ନେହା କକ୍କଡଙ୍କୁ କ୍ଷମା ମାଗିଲେ କମେଡି କଳାକାର ଗୌରବ ଗୈରା । ନିଜ ଆପତ୍ତିଜନକ ଟିପ୍ପଣୀ ପାଇଁ ଦୁଖିତ ଥିବା କହି ନେହାଙ୍କୁ କ୍ଷମା ମାଗିଛନ୍ତି ଗୌରବ । କ୍ଷମା ମାଗିବା ସହ ଗୌରବ କହିଛନ୍ତି ଏଭଳି ବୟାନ ସେ ଆଉ ଦୋହରାଇବେ ନାହିଁ | କମେଡି ଆଳରେ ନେହାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା କମେଡି କଳାକାର ଗୌରବ ଗେରା ଓ କିକୁ ଶାରଦାଙ୍କୁ ଏବେ କଡ଼ା ଜବାବ ମିଳିଛି । ନେହା ଓ ଅନ୍ୟ ସୋସିଆଲ ମିଡିଆ ୟୁର୍ଜରସଙ୍କ ସମାଲୋଚନାର ଶିକାର ହେବା ପରେ ଏବେ କ୍ଷମା ପ୍ରାର୍ଥନା ମାଗିଛନ୍ତି ଉଭୟ ଗୌରବ ଓ କିକୁ ।

Photo-Koimoi

ନିକଟରେ ଏକ କମେଡି ଶୋରେ ନେହାଙ୍କୁ ପରୋକ୍ଷଭାବେ ଇଙ୍ଗିତ କରି ଗୌରବ ଓ କିକୁଙ୍କ ତାଙ୍କ ଗାୟକୀ ଏବଂ ଛୋଟ ଉଚ୍ଚତାକୁ ନେଇ କଟାକ୍ଷ କରିଥିଲେ । କେବଳ ସେତିକି ନୁହେଁ ନେହାଙ୍କ ପରି ପୋଷାକ ପରିଧାନ କରିବା ସହ ଗାୟକୀକୁ ନକଲ କରିଥିଲେ ଏବଂ ତାଙ୍କ ନାଁକୁ ମଧ୍ୟ ବ୍ୟବହାର କରିଥିଲେ । ଏହାକୁ ନେଇ ନେହାଙ୍କ ପ୍ରଶଂସକଙ୍କ ସହ ନିଜେ ନେହା ଓ ଟୋନି କଡ଼ା ଆପତ୍ତି ପ୍ରକାଶ କରିଥିଲେ । ତୁରନ୍ତ ଏହାର ଜବାବ ଦେବାକୁ ଯାଇ ଏମାନେ ଗୌରବ ଓ କିକୁଙ୍କ କଡ଼ା ଭତ୍ସନା ମଧ୍ୟ କରିଥିଲେ ।

ଏଭଳି ବ୍ୟକ୍ତି କେବଳ ନକରାତ୍ମକ ମାହୋଲ ସୃଷ୍ଟି କରନ୍ତି, ଅନ୍ୟକୁ କଟାକ୍ଷ କରନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ନେହା ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରି ନିଜ ରାଗ ପ୍ରକାଶ କରିଥିଲେ । ଅନ୍ୟପଟେ ଟୋନି କକ୍କଡ ମଧ୍ୟ ଏକେ ଇମୋସନାଲ ପୋଷ୍ଟ କରି ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । କୌଣସି କଳାକାରଙ୍କୁ ସେମାନଙ୍କ ରଙ୍ଗର ରୂପ ଓ ଉଚ୍ଚତା ପାଇଁ ଏଭଳି କଟାକ୍ଷ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅନୁଚିତ ବୋଲି କହିଥିଲେ । ତେବେ ନେହା ଓ ଟୋନିଙ୍କ ପୋଷ୍ଟକୁ ୨୪ ଘଣ୍ଟା ନପୁରୁଣୁ ଗୌରବ ଓ କିକୁ କ୍ଷମା ମାଗିଛନ୍ତି | ଅଜଣାତରେ ହୋଇଥିବା ଭୁଲ ପାଇଁ ଆମେ କ୍ଷମା ମାଗୁଥିବା କହିଛନ୍ତି ଗୌରବ । ତେବେ କମେଡି କଳାକାର ଓ ସିଙ୍ଗରଙ୍କ ଏହି ମୁହାଁମୁହିଁ ସୋସିଆଲ ମିିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧିତ ଖବର